-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
11-Oct-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) ତୁରେକେଲା ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଆନ୍ତର୍ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ,ସମଗ୍ର ଶିକ୍ଷା ବଲାଙ୍ଗୀରଙ୍କ ପତ୍ର ଅନୁସାରେ ତୁରେକେଲା କ୍ଳଷ୍ଟରର ସଂଯୋଜକ ଶ୍ରୀ ବିରଂଚ ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ତୁରେକେଲା ସେବାଶ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରେମକାନ୍ତୀ
ରାଏଙ୍କ ସଭାପତିତ୍ୱରେ ଶିକ୍ଷକ ଗୋପାଳ ଧରୁଆ, ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ଶୁଭଦୀପ୍ତା ଦାଶ,ବିନୋଦିନୀ ତାଣ୍ଡି ଯୋଗ ଦେଇଥିଲେ।ଶ୍ରୀ ଦାଶ ସମାଜରେ ପୁଅ ଓ ଝିଅ ମାନଙ୍କ ମଧ୍ୟରେ ଥିବା ତାରତମ୍ୟତା ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହିବା ସହିତ ଶିକ୍ଷାହିଁ ଏହାକୁ ସୁଧାରି ପାରିବ ବୋଲି ବକ୍ତବ୍ୟ ରଖିଥିଲେ।ଠିକ ସେହିପରି ପଖନମୁଣ୍ଡା ଉଚ୍ଚ ପ୍ରାଥମିକ
ବିଦ୍ୟାଳୟରେ ଜୁନିଅର ରେଡକ୍ରସ ପରାମର୍ଶ ଦାତା ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ସଭାରେ ଶ୍ରୀ ବୁଦ୍ଧଦେବ ବନଛ୍ଛୋର,ଅଲେଖ ବନଗୋଲା, ନରେଶ ତାଣ୍ଡି ଉପସ୍ଥିତ ଥିଲେ।ସର୍ବ ପ୍ରଥମେ ଶ୍ରୀ ଦାଶ ଆନ୍ତର୍ଜାତୀୟ କନ୍ୟା ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ତା ପରେ ଛାତ୍ରୀ ଉର୍ବଶୀ ବାଗ,ସାବିତ୍ରୀ ବାଗ ସଂଗୀତ ପରିବେଷଣ କରିଥିଲେ।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।