-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
11-Oct-2022
ବଲାଙ୍ଗିର (ପ୍ରେରଣା ଖବର) ଆଜି ସନ୍ଧ୍ୟା ୪ ଘଣ୍ଟା ସମୟରେ ବଲାଙ୍ଗୀର ପି.ପି. ଏକାଡେ଼ମୀର କଂଫେରେନ୍ସ କକ୍ଷ ରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ସଂଘର୍ଷ ସମିତିର ଆବାହକ ଶ୍ରୀ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ବିଗତ ଦୁଇ ଦଶନ୍ଧି ଧରି ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ବପ୍ନ ,ଖୋର୍ଦ୍ଧା ବଲାଙ୍ଗୀର ରେଳପ୍ରକଳ୍ପ ରେ ହେଉଥିବା ବିଳମ୍ବ ତଥା ବୈମାତୃକ ମନୋଭାବର ବିରୋଧରେ ସୃଷ୍ଟି ହୋଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି, ଆସନ୍ତା ୧୪ ତାରିଖରେ ବଲାଙ୍ଗୀର, ବୌଦ୍ଧ ଏବଂ ସୋନପୁର ଜିଲ୍ଲାର ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ସକାଳ ୯ଟା ରୁ ଦିବା ୧ ଘଣ୍ଟା ପର୍ଯ୍ୟନ୍ତ ପ୍ରତୀକାତ୍ମକ ଧାରଣାରେ ବସି ,ରେଳ ବିଭାଗ ମନ୍ତ୍ରୀ, ଓଡ଼ିଶା ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆ ରେ ଦାବିପତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ନିଜ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ର ବିଗୁଲ ବଜେଇବ।
ସାମ୍ବାଦିକ ସମ୍ମିଳନୀରେ ବିଜେପି ର ଜିଲ୍ଲା ସଭାପତି ଶ୍ରୀ ଶିବାଜୀ ମହାନ୍ତି, କଂଗ୍ରେସ ର ଜିଲ୍ଲା ସଭାପତି ଦିଲୀପ କୁମାର ବେହେରା, ବଲାଙ୍ଗୀର ନାଗରିକ କମିଟି ର ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ, ବରିଷ୍ଟ ନାଗରିକ ସଙ୍ଘ ର ସଭାପତି ପ୍ରଭାକର ମିଶ୍ର,କମିଟିର ଜିଲ୍ଲା ସଂଯୋଜକ ଭବାନୀ ଶଙ୍କର ଶତପଥୀ, ବଲାଙ୍ଗୀର ଏକ୍ସନ କମିଟି ର ଉପସଭାପତି ସୁଶାନ୍ତ ପଟ୍ଟନାୟକ(ମୁନା) ଏବଂ ଯୁବ ଏକ୍ସନ କମିଟିର ସଭାପତି ବିନୋଦ କାଳସାଏ ପ୍ରମୁଖ ମଞ୍ଚାସୀନ ହୋଇ ଆସନ୍ତା ୧୪ ତାରିଖରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ସଂଘର୍ଷ ସମିତିର କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ସମର୍ଥନ ଜଣେଇବା ସହ କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ସହମତି ଜଣାଇ ଥିଲେ।
ଆଜି ର ସାମ୍ବାଦିକ ସମ୍ମିଳନୀରେ, ପିତାମ୍ବର ବନଛୋର(ପିଙ୍କୁ), ରବି ଖମାରି,ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।