-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ଚୁଡାଖାଇ ଡ଼ଙ୍ଗର ଲୋକ ମହୋତ୍ସବ ଉଦଯାପିତ -  ପ୍ରବଳ ଜନ ସମାଗମ ରେ ଟ୍ରାଫିକ ଜାମ

10-Oct-2022



ସୁବର୍ଣ୍ଣପୁର ,  ସୁବର୍ଣ୍ଣପୁର ଜ଼ିଲ୍ଲା ତରଭା ବ୍ଲକର ପର୍ଯ୍ୟଟନ ସ୍ଥଳି ଭାବରେ ମାନ୍ୟତା ପାଇ ଥିବା ଚୁଡାଖାଇ ଡ଼ଙ୍ଗର  ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟା ଗତ କାଲି ବିଳମ୍ବିତ ରାତି ରେ ଉଦଯାପିତ ହୋଇଯାଇଛି l ଚୁଡାଖାଇ ପାହାଡ଼ ଉପରେ ଥିବା 10 ଏକର ଜମି ଏହି ଉତ୍ସବ କରାଯିବ l , ଏହାର ଉନ୍ନତି ପାଇଁ 3.50 କୋଟି ଟଙ୍କା ର ବ୍ୟୟ ବରାଦ ସରକାରକୁ ପ୍ରସ୍ତାବ ଦିଆଯାଇଛି, ଏଥିପାଇଁ ସମସ୍ତେ ସହଯୋଗ କରିବାକୁ ସାଂସଦ କହିଥିଲେ l ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟପାର ମନ୍ତ୍ରୀ ତଥା ସ୍ଥାନୀୟ ବିଧୟକ ନିରଞ୍ଜନ ପୁଜାରୀ ମୁଖ୍ୟ ଅତିଥିଭାବେ ଯୋଗଦାନକରି ଉଦବୋଧନ ଦେଇ ମତ ପ୍ରକାଶ କରିଥିଲେ  ଯେ ଏହି ପର୍ଯ୍ୟଟନ ସ୍ଥଳି ର ଉନ୍ନତି ପାଇଁ ଅର୍ଥ ର ଅଭାବ ରହିବ ନାହିଁ , ପାନୀୟ ଜଳ, ଶୌଚlଳlୟ,  ବସ ର ଗମନାଗମନ ସୁବିଧା ସହ ଅନ୍ୟ ପର୍ଯ୍ୟଟନ ସ୍ଥଳି ପରି ଉନ୍ନତି କରାଯିବ, ଆଦିବାସୀ ଙ୍କ ସଂସ୍କୃତି ଉପରେ ପ୍ରଚାର କରାଯିବ, ଆଦିବାସୀ ପରମ୍ପରା, ପୂଜା, ଐତିହସୁରକ୍ଷା, ଓ ଆଦିବାସୀ ମାନେ ପ୍ରକୃତି ପ୍ରେମୀ  ବୋଲି ଅନ୍ୟ ତମ ସ୍ୱତନ୍ତ୍ର ଅତିଥି ରାଜ୍ୟ ସଭା ସାଂସଦ  ନିରଞ୍ଜନ ବିଶି ଉପସ୍ଥିତ ଲକ୍ଷାଧିକ ଲୋକଙ୍କୁ ଉଦବୋଧନଦେବା ସହ  ମତପ୍ରକାଶ କରିଥିଲେ  l ତରଭା ସହର ଠାରୁ ପ୍ରାୟ  ୫ କିମି ଦୂର ରହିଥିବା ଚୁଡାଖାଇ ପାହାଡ଼ ରେ କେଉଁ ଆବହମାନ କାଳରୁ କନ୍ଧ ଆଦିବାସୀଙ୍କ ଆରାଧ୍ୟ ଦେବତା ପୁଡାପାଟ, ସିଗେରପାଟ, ସ୍ଵର୍ଗାସିନି ଓ ବାହୁତିଙ୍କ ପୂଜା ହୋଇ ଆସୁଛି ।ଏହା  ଚୁଡାଖାଇ ଯାତ୍ରା ଭାବେ ପ୍ରସିଦ୍ଧି ଲାଭ କରିଥିବା ଏହି ଯାତ୍ରା ଦେଖିବାକୁ ସାଧାରଣ ଜନତା ତଥା ମାନସିକ କରିଥିବା ଭକ୍ତଙ୍କ ପ୍ରବଳ ଭିଡ଼ ଓ ଉତ୍ସାହ ଦେଖାଯାଏ।ଆଦିବାସୀ ମାନଙ୍କର ନିୟମ ଅନୁଯାୟୀ ପ୍ରତିବର୍ଷ ଆଶ୍ୱିନ ଶୁକ୍ଳପକ୍ଷଏକାଦଶୀ ଠାରୁ ଆରମ୍ଭ ହୋଇ  ଚତୁର୍ଦଶୀ ର ବିଳମ୍ୱିତ ରାତି ରେ ଶେଷ ହୋଇଥାଏ। ଏକାଦଶୀରେ ପୁଡାପାଟ ଓ ସିଗେରପାଟଙ୍କ ପୀଠ ତୁଲୁଣ୍ଡା ଗ୍ରାମରେ ଛତର ଫୁଟା ଓ ଗୁଡ଼ି ପ୍ରବେଶ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ଦ୍ଵାଦଶୀରେ ପୁଡାପାଟ, ସିଗେରପାଟ, ସ୍ଵର୍ଗାସିନି ଓ ବାହୁତିଙ୍କୁ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜା କରାଯାଏ। ତ୍ରୟୋଦଶୀ ରାତ୍ରିରେ ବରୁଆ ଆସି ଝାଙ୍କର ଗଣେଶ୍ୱର କୁଅଁରଙ୍କ ଘରେ ନିଶି ପୂଜା କରିବା ପରେ ଛତର ଧରି ଉପାସକ ମାନଙ୍କ ଘରକୁ ଯାଇ ପୂଜା ସମ୍ପନ୍ନ କରିବା ପରେ ପୁଣି ମନ୍ଦିର କୁ  ଫେରିଥାନ୍ତି। ଚତୁର୍ଦଶୀ ସକାଳ ୧୦ଟାରେ ବରୁଆ ଦେହରେ ଦେବତା ପ୍ରବେଶ କରିଥାନ୍ତି। ଦେବତା ବରୁଆ ଦେହରେ ପ୍ରବେଶ କରିବା ପରେ ପ୍ରଥମରେ ଉପାସକ ମାନଙ୍କ ଘରକୁ ଯାଇ ପୂଜା ପାଇଥାନ୍ତି।ପରେ ଗ୍ରାମର ପ୍ରତ୍ୟେକ ଘର ବୁଲି ଆଶୀର୍ବାଦ ଦେଇଥାନ୍ତି।ଏହି ସମୟରେ ଗୃହ କର୍ତ୍ତା ଜାଗର ଜାଳି ଫୁଲ, ଦୁବ, କ୍ଷୀର,ଚାଉଳ,ନଡ଼ିଆ ଦେଇ ଦେବତାଙ୍କୁ ପୂଜା କରିବା ପରମ୍ପରା ରହିଛି।ଗ୍ରାମ ପରିକ୍ରମା ପରେ ବରୁଆ ଛତର ସହ ଢୋଲ,ନିଶାନର ତାଳେତାଳେ ନାଚି ନାଚି ଏକ ସ୍ୱତନ୍ତ୍ର ରାସ୍ତାଦେଇ ମହିମାପାଲି ନିକଟସ୍ଥ ମୁଣ୍ଡଖିଆ ଟାଙ୍ଗରକୁ

ଯାଇଥାନ୍ତି। ଏହା ପୂର୍ବରୁ ପାହାଡ ପାଦଦେଶରେ ଥିବା ଅନ୍ୟ ଏକ ଗାଁ କୂଟଶିରାରେ ଦେବୀ ସ୍ଵର୍ଗାସିନି ଓ ବାହୁତିଙ୍କୁ ପୂଜାର୍ଚ୍ଚନା କରି ଦେହେରି, ବରୁଆ  ଓ ଉପାସକ ମାନେ ଆସି ମୁଣ୍ଡଖିଆ ଟାଙ୍ଗର ନିକଟରେ ଅପେକ୍ଷା କରିଥାନ୍ତି।ସମସ୍ତ ଦେବତା ସେଠାରେ ଏକତ୍ରିତ ହେବାପରେ ସେମାନଙ୍କ ମଧ୍ୟରେ କଥୋପକଥନ ହୋଇଥାଏ। ମଧ୍ୟ ରାତ୍ରରେ ସମସ୍ତେ ଛତର ସହ ଢୋଲ ନିଶାନ ବଜାଇ ପାହାଡ଼ ଉପରକୁ ଯାଇ ଥାନ୍ତି ! ପାହାଡ ଶୀର୍ଷରେ ଥିବା ଗୁମ୍ଫାରେ ଦେବତା ମାନଙ୍କୁ ଆଦିବାସୀ ସଂସ୍କୃତି ଅନୁଯାୟୀ ପୂଜା କରାଯାଇଥାଏ।ଏଠାରେ ବୋଦା, ମେଣ୍ଢା, କୁକୁଡ଼ା ଓ ପୋଢ଼ ବଳି ପ୍ରଦାନ କରାଯାଇଥାଏ।ବରୁଆ ଓ ଉପାସକ ମାନେ ପରଦିନ ପୂର୍ଣ୍ଣିମା ସକାଳେ ପାହାଡ଼ରୁ ଓହ୍ଲାଇ ସମସ୍ତେ ଫେରିଥାନ୍ତି l ଏହି ଯାତ୍ରା ବିଶେଷ କରି ତୁଲୁଣ୍ଡା ଓ କୁଟ ଶିରା ଗ୍ରାମ ରେ ବରୁଆ ଙ୍କ ପରିକ୍ରମା ଦେଖା ଯାଇଥାଏ  l ଚୁଡାଖାଇ ଡ଼ଙ୍ଗର ଲୋକ ମହୋତ୍ସବ  କମିଟି ର ସଭାପତି ଦଶରଥ ସାହୁ ଙ୍କ ଅଧ୍ୟକ୍ଷତା ରେ  ଅନୁଷ୍ଠିତ ହୋଇ ଥିବା ବେଳେ  ଅତିଥି ଭାବେ ମନ୍ତ୍ରୀ ନିରଞ୍ଜନ ପୁଜାହାରୀ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି , ସ୍ୱତନ୍ତ୍ର ଅତିଥିଭାବେ ଯୋଗ ଦାନ କରିଥିବା ବେଳେ ବ୍ଲକ ଚେୟାରମ୍ୟାନ ସରୋଜ କମ୍ପ, ସୁବର୍ଣ୍ଣପୁର ଏଡିଏମ ସୂଯ୍ୟ ନାରାୟଣ ଦାସ,ତରଭା ବିଡ଼ିଓ ବିନୟ କୁମାର ପଟେଲ, ପୂର୍ବତନ ବ୍ଲକ ଚେୟାରମ୍ୟାନ ଶତ୍ରୁଘନ ପୃଷ୍ଟି,  ଏନ ଏ ସି ଉପ ନଗର ପାଳ ଗଗନ ଅଗ୍ରୱାଲ, ଙ୍କ ସହ ବିଜେଡି ନେତା ରମେଶ ପୁଜାହାରୀ, ଙ୍କ ସମେତ ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ବ୍ଲକ ଚେୟାରମ୍ୟାନ ଙ୍କ ପ୍ରତିନିଧି ମାନେ ସମ୍ମାନିତ ଅତିଥିଭାବେ ଯୋଗ ଦାନ କରି ମଞ୍ଚାସିନ ହୋଇ ଥିଲେ  ! ସ୍ଥାନୀୟ ଓ ରାଜ୍ୟ ସଂକୃତି ବିଭାଗ ପକ୍ଷରୁ ଆସି ଥିବା ସଂlକୃତିକ ଦଳ ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ହାସ୍ୟ ଅଭିନେତା ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ୱିତ ରାତି ଯାଏ ଚାଲିଥିଲା l ଏ ଅଞ୍ଚଳ ର ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ମହୋତ୍ସବ ରେ ଯୋଗ ଦେଇ ପ୍ରଭୁ କୃପା ଲାଭ କରି ସମସ୍ତ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like