-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
10-Oct-2022
ବଲାଙ୍ଗୀର, (ପ୍ରେରଣା ଖବର) ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ନିକଟସ୍ଥ ସୁକତେଲ ନଦୀରୁ ଦୁଇଟି ଶିବଲିଙ୍ଗ ବାହାରିଥିବା ଜାଣିବାକୁ ମିଳିଛି l ଗାଧୋଇବା ସମୟରେ କିଛି ସ୍ଥାନୀୟ ଯୁବକ ଶିବଲିଙ୍ଗ ଦେଖିବାକୁ ପାଇଥିଲେ l ଏହାପରେ ଶିବଲିଙ୍ଗ ଦ୍ୱୟଙ୍କୁ ଗାଁକୁ ନେଇ ପୂଜାର୍ଚ୍ଚିନା କରିଥିବା ସୂଚନାରୁ ପ୍ରକାଶ l ଏହି ଶିବଲିଙ୍ଗଙ୍କୁ ଚନ୍ଦନେଶ୍ଵର ବାବାଙ୍କ ଆବିର୍ଭାବ ବୋଲି କିଛି ସ୍ଥାନୀୟ ବାସିନ୍ଦା କହୁଥିବା ଶୁଣିବାକୁ ମିଳିଛି l କିଭଳି ଭାବରେ ଏପରି ଶିବଲିଙ୍ଗ ଆସିଲେ ନା ତାହା ନଦୀ ଗର୍ଭରୁ ବାହାରିଛନ୍ତି ସେ ନେଇ ତାହା ସ୍ପଷ୍ଟ ଜଣାପଡିନାହିଁ l