-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
28-Sep-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ନ ସମସ୍ୟାର ସମାଧାନ ଲାଗି ଶିକ୍ଷକ ମାନେ ଲୋଇସିଂହା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ପ୍ରାଥମିକ ଶିକ୍ଷକଙ୍କ ମୁଖ୍ୟ ଦାବୀ ହେଲା ଏଲଆରପି ର ବେସଲାଇନ ଟେଷ୍ଟର ପ୍ରଶପତ୍ର ଯୋଗାଣର ସ୍ପଷ୍ଟିକରଣ ସମ୍ୱନ୍ଧେ l ଇନ୍କ୍ରିମେଣ୍ଟ, ମେଟରନିଟି ଲିଭ ଏବଂ ପ୍ରମୋସନ ବେନିଫିଟ ପ୍ରଭୃତିର ସେଂକସନ କପିର ପାରସନ କନସାନ କପି ପ୍ରଦାନ l ପ୍ରତି ମାସରେ ଶିକ୍ଷକ ମାନଙ୍କ ପାଇଁ ଗ୍ରିଭେନ୍ସ ଡେସ୍କର କରିବା l ଏମଏସିପି, ଏନଓସି ଏବଂ ଏନଡିସି କାମକୁ ତ୍ୱରାନ୍ୱିତ ଭିତ୍ତିରେ ସମ୍ପନ କରିବା l ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନ ବନ୍ଦ କରାଯାଉ ଭଳି ଅନେକ ସମସ୍ୟାକୁ ନେଇ ଶିକ୍ଷକ ମାନେ ଆଜି ଲୋଇସିଂହା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି l