-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2022
ସୁବର୍ଣ୍ଣପୁର ଜିଲ୍ଲା,ଉଲୁଣ୍ଡା ବ୍ଲକର ଯୁକ୍ତଦୁଇ ଧର୍ମଶାଳା ମହାବିଦ୍ୟାଳୟ , ଧର୍ମଶାଳାର ସଭାକକ୍ଷରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି ।ମହାବିଦ୍ୟାଳୟର ଅଧ୍ୟକ୍ଷଶ୍ରୀ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ସଭାରେ ଅନୁଷ୍ଠାନର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ତତ୍ବାବଧାନରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।ପ୍ରାଧ୍ୟାପକ ଶ୍ରୀ ସୌମିତ୍ରି ପ୍ରଧାନ ,ପ୍ରାଧ୍ୟାପକ ଶ୍ରୀ ପ୍ରତୁଳ କୁମାର ତ୍ରିପାଠୀ ,ଅଧ୍ୟାପକ ଶ୍ରୀ ପ୍ରଫୁଲ୍ଲ କୁମାର ପାତ୍ର ଅତିଥି ଭାବରେ ଯୋଗଦେଇ ସ୍ବାଗତ ଶୁଭେଚ୍ଛା ବାର୍ତା ଦେଇଥିଲେ ।ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଯୁକ୍ତଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ସୁଶ୍ରୀ ରୁବି ବେହେରା ,ସୁଶ୍ରୀ ଜସ୍ମିନ୍ ବେଦବାକ୍ ଓ ଶ୍ରୀ ଦିନେଶ ତ୍ରିପାଠୀ ।