-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
28-Sep-2022
ବରଗଡ:-ଆଜି ଝାରବନ୍ଧ ପଞ୍ଚାୟତ ସମିତି ବୈଠକ ବସିବା ପାଇଁ ନିଷ୍ପତି ନିଆଯାଇଥିଲା ।କିନ୍ତୁ ଦୁଃଖର ଏବଂ ପରିତାପର ବିଷୟ ଏହି ଯେ,ଏଠାରେ କାର୍ଯ୍ୟରତ ବିଡିଓ ସୁନିଲ କୁମାର ମେହେର ଏବଂ ଏଠାରେ ଜି.ପି.ଓ ଚାର୍ଜ ରେ କାର୍ଯ୍ୟରତ ମହାଶୟ କୈାଣସି ଜନପ୍ରତିନିଧି ଏପରିକି ଝାରବନ୍ଧ ବ୍ଳକ ର ଅଧ୍ୟକ୍ଷା,ସମିତି ସଭ୍ୟ-ସଭ୍ୟା,ଜିଲ୍ଲାପରିଷଦ ସଭ୍ୟ ଙ୍କୁ ଜଣାଇନଥିଲେ ଏହାର କାରଣ କ'ଣ ?ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଝାରବନ୍ଧ ପତ୍ର ସଂଖ୍ୟା-୧୫୮୬/ତା-୧୯.୦୯.୨୦୨୨ ରୁ ନୋଟିସ ତିଆରି ହୋଇଥିଲେ ସୁଦ୍ଧା କାହାକୁ ନ ଜଣାଇବା ଅତ୍ୟନ୍ତ ବେଖାତିର ପରି ମନେ ହୁଏ ।ଖବର ନ ପାଇବା ଫଳରେ ଆଜି ପଞ୍ଚାୟତ ସମିତି ବୈଠକ କୁ କେହି ଜଣେ ହେଲେ ଆସିନଥିବା ଫଳରେ ବୈଠକ ବସିପାରିନଥିଲା ।ଏମିତି ବେଖାତିର ସକାଶେ ରାଜ୍ୟ ସରକାର ଙ୍କ ଉନ୍ନୟନ କାର୍ଯ୍ୟ ରେ ବାଧା ସୃଷ୍ଟି ଦେଖାଦେଇଛି ।ଏନେଇ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଙ୍କ ପ୍ରତିନିଧିତ୍ୱ କରୁଥିବା ଯୁବନେତା ପ୍ରଶାନ୍ତ ମହାନ୍ତି ତିବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଏଥିପାଇଁ ଏଠାକାର ବିଡ଼ିଓ ଏବଂ ଏଠାକାର ଜିପିଓ ଦାୟୀ ବୋଲି ପ୍ରକାଶ କରିଛନ୍ତି ।