-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
28-Sep-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜଗନ୍ନାଥ ଡିଗ୍ରୀ କଲେଜ ଓ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ବୁଧବାର ବିଧାୟକ ଭୂପିନ୍ଦର ସିଂ ପରିଦର୍ଶନ କରିଥିଲେ।ଏହି ଅବସରରେ ପ୍ରଥମେ ଜଗନ୍ନାଥ ଡିଗ୍ରୀ କଲେଜ ର ନବନିର୍ମିତ ସାଇକେଲ ଷ୍ଟାଣ୍ଡ କୁ ଉଦଘାଟନ କରିବା ସହ ପ୍ରଶାସନିକ ଭବନ ର ଶିଳାନ୍ୟାସ କରିଥିଲେ।ଏହା ପରେ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନୂତନ ଅତିରିକ୍ତ ଶ୍ରେଣୀ ଗୃହ କୁ ଉଦଘାଟନ କରିଥିଲେ। ପରେ ପରେ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କଲେଜ ର ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଏକ ସଭା ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଭୂପିନ୍ଦର ସିଂ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା କୁନି ସାହୁ,ଭାରପ୍ରାପ୍ତ ବିଡ଼ିଓ ଶିଧେଶ୍ୱର ମେହେର, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ରିଷିଡା ପଞ୍ଚାୟତ ସରପଞ୍ଚ ସେବତୀ ରଣା, ସମିତି ସଭ୍ୟ ନିମାଇଁ ଚରଣ ବେହେରା, ପୌରକେଲା ସରପଞ୍ଚ ଯଶୋଶ୍ୱିନୀ ଧରୁଆ ପ୍ରମୁଖ ଯୋଗ ଦେଇ ଭଲ ପଢିବା ସହ ଉତ୍ତମ ଛାତ୍ରୀ ଛାତ୍ର ହେବାକୁ ପରାମର୍ଶ ଦେଇଥିଲେ।
ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରୀ ଛାତ୍ର ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯିବା ସହ ୨୦୨୦-୨୧ ବର୍ଷ କଲେଜ ଟପର ରଶ୍ମୀ ରେଖା ସାହୁ ଓ ୨୦୨୧-୨୨ ବର୍ଷ ପାଇଁ କଲେଜ ଟପର ପୂଜା ଭୋଇ ଙ୍କୁ ସ୍ୱାମୀବିବେକାନନ୍ଦ ଆୱର୍ଡ ଓ ନଗଦ ରାଶି ପ୍ରଦାନ କରାଯାଇଥିଲା।ସେହିପରି କଲେଜ ରେ ଆଦିବାସୀ ବର୍ଗ ର ଶ୍ରେଷ୍ଠ କୃତି ଛାତ୍ର ଥୋମାସ ପ୍ରଧାନୀ ଓ ପୂଜା ଭୋଇ ଙ୍କୁ ସ୍ବର୍ଗତ ଶତ୍ରୁଘନ କୁମରା ଆୱର୍ଡ ଦିଆଯାଇଥିଲା। ସଭା କାର୍ଯ୍ୟ ରେ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଦିଲ୍ଲୀପ କୁମାର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ହେମନ୍ତ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଗିରିରାଜ ଗହୀର,ନିଳାମ୍ବର ପାତ୍ର, ବରିଷ୍ଠ କିରାଣୀ ଚନ୍ଦନ ରଣା, ଖେଳ ଶିକ୍ଷକ ଲଳିତ କୁମାର ଗଉଡ ଗ୍ରନ୍ଥପାଳ ଚିନ୍ମୟ ରଣା, ଡିଇଓ ସୌମ୍ୟ ରଞ୍ଜନ ତ୍ରିପାଠୀ, ଜଗଦୀଶ ଭୋଇ, ନାରାୟଣ ଗହୀର, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ, ଜଗଦୀଶ ଭୋଇ, କଳ୍ପନା ରଣା ସହଯୋଗ କରିଥିଲେ।