-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
27-Sep-2022
ବଲାଙ୍ଗୀର, ଆଜି ସଂଧ୍ୟାରେ ବଲାଙ୍ଗୀର ନାଗରିକ କମିଟିର ଏକ ପ୍ରତିନିଧି ଦଳ, ପୋଲିସ ଆରକ୍ଷୀ ଅଧୀକ୍ଷକ ନିତୀନ କୁଶଲକରଙ୍କ ସହ ସାକ୍ଷାତ କରି ସହରରେ ବଢ଼ି ଚାଲିଥିବା ଅସାମାଜିକ କାର୍ଯ୍ୟକଳାପ, ବିଶେଷ କରି ପାର୍ବଣ ସମୟରେ ଜନଗହଳି ଯୋଗୁଁ ଉପୁଜିଥିବା ଟ୍ରାଫିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ପୋଲିସ ଦ୍ୱାରା ପେଟ୍ରୋଲିଂ କରିବା ସହ ଟ୍ରାଫିକ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇ, ସମସ୍ତ ପୂଜା କମିଟିକୁ ନେଇ ଏକ ଗାଇଡଲାଇନ୍ ପ୍ରସ୍ତୁତ କରିବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ । ନାଗରିକ କମିଟି ତରଫରୁ ସଭାପତି ବେଲାରସିଂଭୋଇ, ସାଧାରଣ ସଂପାଦକ ମନୋରଂଜନ ସାହୁ, ସଭ୍ୟ ରବିନ୍ଦ୍ର କୁମାର ପଧାନ ଓ ରଘୁ ନନ୍ଦନ ସିଂହ ଆଲୋଚନାରେ ଭାଗ ନେଇଥିଲେ ।