-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
27-Sep-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଆଜି ଲୋଇସିଂହା ବସ୍ତିର ଅନେକ ମହିଳା ଲୋଇସିଂହା ପ୍ରତିଜ୍ଞା ସେବା ସଂଗଠନର ସଭାପତି ବନିତା ପଧାନ ଓ ଲୋଇସିଂହା ସମିତିସଭ୍ୟ ସୁଶୀଲ ପାଣ୍ଡେଙ୍କ ସହିତ ଲୋଇସିଂହା ତହସିଲ କାର୍ଯ୍ୟାଳୟକୁ ଯାଇ ଲୋକଙ୍କ ସମସ୍ୟା ଓ ପଲିଥିନ ପାଇଁ ତହସିଲଦାରଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି l ସୂଚନାରୁ ପ୍ରକାଶ ଯେ ଚଳିତ ବର୍ଷ ବର୍ଷାରେ ଲୋଇସିଂହା ଅଂଚଳର ଅନେକ ଗରୀବ ଲୋକଙ୍କ ଘର ଭୁଶୁଡି ଯାଇଛି l ଲୋଇସିଂହା ବସ୍ତିର ମଧ୍ୟ ସମାନ ଅବସ୍ଥା, ବସ୍ତି ଲୋକଙ୍କ ଅଭିଯୋଗ ଏହା ଯେ, ଆର.ଆଇ ଙ୍କ ଦ୍ୱାରା ତଦନ୍ତ କରାଯାଇ ପ୍ରକୃତ ଲୋକକୁ ଚିନ୍ହଟ କରାଯାଉ ଓ ସରକାରୀ ସାହାଯ୍ୟ ଯୋଗାଇ ଦେବାସହ ପଲିଥିନ ପ୍ରଦାନ କରାଯାଉ l ପରେ ପରେ ମହିଳା ମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇଁ ବିଡ଼ିଓଙ୍କୁ ସାକ୍ଷାତ କରିବା ପାଇଁ ବ୍ଲକକୁ ଯାଇଥିଲେ l