-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
26-Sep-2022
କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକୃତିବଂଧୁ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିଆରସିସି ଶ୍ରୀ ଧନସିଂ ମାଝୀ ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ଛାତ୍ରୀ ଉର୍ବଶୀ
ନାଗ ଓ ଚନ୍ଦ୍ରାବତୀ ବାଗ ଯୋଗ ଦେଇଥିଲେ।ବର୍ତ୍ତମାନ ସମାଜରେ ପୁଅ ଓ ଝିଅ ମଧ୍ୟରେ ଥିବା ତାରତମ୍ୟତା ଉପରେ ଅତିଥିମାନେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ଛାତ୍ରୀମାନେ ନିଜ ପରିବାର ଓ ସମାଜରେ ଚାଲିଥିବା ବିଷୟବସ୍ତୁ ଉପରେ ନିଜ ନିଜର ଅଭିଜ୍ଞତା କହିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମନୋଜ କୁମାର ତାଣ୍ଡି,ଆଲେଖ ବନଗୋଲା ସହଯୋଗ କରିଥିଲେ।