-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
26-Sep-2022
ବଲାଙ୍ଗୀର ଜିଲ୍ଲା ଶେଷ ସିମାନ୍ତ ରେ ଥିବା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ତୁରେକେଲା ଗ୍ରାମ ଠାରୁ ମମିଆ ମଧ୍ଯରେ ବହି ଯାଇଥିବା ଉନ୍ଦେର ନଦୀରେ ଏକ ବ୍ରିଜ ନିର୍ମାଣ ଦାବୀ ନେଇ ବଙ୍ଗୋମୁଣ୍ଡା ଗରିବସେନା ପକ୍ଷରୁ ଅଞ୍ଚଳର ଲୋକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ରିଜ ନିର୍ମାଣ ହେଲେ ବିଷେଶକରି ଛାତ୍ରଛାତ୍ରୀ , ଚାଷୀ, ବ୍ଲକ ମୁଖ୍ୟାଳୟ କୁ ନଦୀ ସେ ପାରିର ଲୋକଙ୍କୁ ଯିବା ଆସିବା ପାଇଁ ରାସ୍ତା କମ ପଡିବ ବୋଳି ଆଲୋଚନା ହେବାସହ ଆଗାମୀ ଦିନରେ ପାଖଆଖ ଅଞ୍ଚଳର ଲୋକଙ୍କୁ ନେଇ ଆନ୍ଦୋଳନ କରିବାପାଇଁ ପ୍ରସ୍ତୁତ କରାଯିବା ପାଇଁ ଆଲୋଚନା ହୋଇଥିଲା। ଗରିବସେନା
ସଭାପତି ଦିନେଶ ତାଣ୍ଡିଙ୍କ ତତ୍ତ୍ବାବଧାନରେ ହୋଇଥିବା ଏହି ପ୍ରଥମ ବୈଠକରେ ଅନ୍ୟମାନଙ୍କ ମଧ୍ଯରେ ଅର୍ଜୁନ ସାହୁ, ଆଇନଜୀବୀ ଦ୍ରୋପଦ ନାଏକ, ଖିରଧର ଭୋଇ, ସତ୍ଯ ନାରାୟଣ ନାଏକ, ଗୋପବନ୍ଧୁ ହଂସ, ବିଦୁର ସୁନା , ଧନସିଂହ ଜାନୀ , ବୈଭ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।