-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

କାଲିଝରନରେ ‘ଖଦ୍ୟୋତ’ ଅନୁଷ୍ଠାନ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ

25-Sep-2022



ବଲାଙ୍ଗୀର,୯-ବଲାଙ୍ଗୀର ସହରର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଖଦ୍ୟୋତ ପକ୍ଷରୁ ପୁଇଁତଳାଥାନା ଅନ୍ତର୍ଗତ ଆଠଗାଁ ପଞ୍ଚାୟତର କାଲିଝରନ ଗାଁରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣକୁମାର ମିଶ୍ରଙ୍କ ସଭାପତିତ୍ୱ ଓ ସାଂଗଠନିକ ସଂପାଦକ ଆନନ୍ଦ ବଡପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ସମ୍ମାନୀତ ଅତିଥି ଭାବରେ ଅରକ୍ଷିତ ସା,ମୂରଲିଧର ଭୋଇ,ନୀଳମଣି ସାହୁ,ଜେନା ସା ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ଅଠଗାଁ ଜମିଦାରୀ ଅଞ୍ଚଳର ଏକ ବିଶାଳ ଐତିହାସିକ ପୃଷ୍ଠଭୂମୀ ରହିଛି । ଏହି ଅଞ୍ଚଳର ଭୀମଡୁଙ୍ଗୁରୀ ପର୍ଯ୍ୟଟନକ୍ଷେତ୍ର ସହିତ ଆଠଗାଁର ତତକାଳିନ ଜମିଦାର ଧରମସିଂ ମାଝି ମାନଧାତାଙ୍କ ବିଷୟରେ କହିଥିଲେ । ନୂଆଖାଇ ଭେଟଘାଟରେ ଆଜି ଗ୍ରାମାଞ୍ଚଳରୁ ନେଇ ନଗରି,ଦେଶବିଦେଶ ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇଛି ବୋଲି ଅତିଥିଗଣ କହିଥିଲେ । ଆଜିର କାର୍ଯ୍ୟକ୍ରମ ସହର ସହିତ ଗ୍ରାମାଞ୍ଚଳକୁ ଯୋଡିବାର ପ୍ରୟାସ ବୋଲି ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣ ମିଶ୍ର କହିଥିଲେ । ଅନୁଷ୍ଠାନର ଉପସଭାପତି ରାଜ୍ୟପାଳ

ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ରେଡକ୍ରସ ସୋସାଇଟିର ସଭ୍ୟ ରବିଚନ୍ଦ୍ର ପଶାୟତ ଓ ସଂପାଦକ ଆକୁଳ ବେହେରା ବେହେରା ମଞ୍ଚାସୀନ ରହି ନୃତ୍ୟପ୍ରତିଯୋଗୀତା,ଚିତ୍ରାଙ୍କନ ପ୍ରତିଯୋଗୀତା ଓ ବାଡିଘିଚା ପ୍ରତିଯୋଗୀତା କରାଇଥିଲେ । ଏହି ଅବସରରେ ବଲାଙ୍ଗୀର ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଆଚାର୍ଯ୍ୟ ଶିବପ୍ରସାଦ ଶତପଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଉପଲକ୍ଷେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ନୃତ୍ୟ ପ୍ରତିଯୋଗିତା,ଚିତ୍ରାଙ୍କନ ପ୍ରତିଯୋଗୀତା ଖୁବ ଚିତ୍ତାକର୍ଷକ ହୋଇଥିଲା । ବଲାଙ୍ଗୀର ରାମେଶ୍ୱରନଗର ପଡାର ବାପିଗୋବର୍ଦ୍ଧନ ଦାସ ଓ ନମ୍ରତା ଦାସଙ୍କ ପୁତ୍ର ଶିଶୁକଳାକାର ନୈତିକନୟନ ଦାସଙ୍କ ଏକକ ଅଭିନୟ ଖୁବ ହୃଦୟସ୍ପର୍ଷି ହୋଇଥିଲା । ବାଡିଘିଚା ପ୍ରତିଯୋଗୀତାରେ କାଲିଝରନ ଗାଁର ପଞ୍ଚାନନ ସା,କେସବ ସା ଓ ଦୁଶ୍ମନ୍ତ ପଟେଲ ବିଜୟୀ ହୋଇଥିଲେ । ନୃତ୍ୟ ପ୍ରତିଯୋଗିତାରେ ବହୁସଂଖ୍ୟାରେ ଛାତ୍ରୀ ଯୋଗଦେଇଥିଲେ । ଛୋଟଛୋଟ ଛାତ୍ରୀଙ୍କ ଦ୍ୱାରା ରେକର୍ଡ ଡ୍ୟାନ୍ସ କରାଯାଇଥିଲା । ଶେଷରେ କୃତୀପ୍ରତିଯୋଗୀଙ୍କୁ ମେମେଣ୍ଟୋ,ମେଡାଲ ଓ ମାନପତ୍ର ଦେଇ ସମ୍ମର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାଲିଝରନ ଗାଁର ନକୁଳ ସାହୁ,ନୀଳମଣୀ ସାହୁ,ବଲାଙ୍ଗୀରର ବାପିଗୋବର୍ଦ୍ଧନ ଦାସ ପ୍ରମୁଖ ସହଯୋଗ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like