-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
23-Sep-2022
ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର, ବିନିକା, ରାମପୁର, ଓ ଡୁଙ୍ଗୁରିପାଲି ରାସ୍ତା ର ପ୍ରଶସ୍ତି କରଣ କରିବା ପାଇଁ ରାଜ୍ୟ ସରକାର ଗତ କାଲି ବସିଥିବା ରାଜ୍ୟ କେବିନେଟ ବୈଠକ ରେ 200 କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଦ୍ବାରା ସୋନପୁର , ବିନିକା , ରାମପୁର ଓ ଡୁଙ୍ଗୁରିପାଲି ଅଞ୍ଚଳ ର ଲୋକେ ଯାତାୟାତ ସୁବିଧା ହେବା କୁ ଥିବା ବେଳେ କଳାହାଣ୍ଡି, ବାଲାଙ୍ଗୀର, ବରଗଡ଼ ଓ ସୁବର୍ଣ୍ଣପୁର ଜ଼ିଲ୍ଲା କୁ ଯୋଡିବା ସହିତ ଦୂର ଦୁରାନ୍ତ ସହର ବ୍ୟବସାୟ କେନ୍ଦ୍ର ରାଏପୁର ସିଟି କୁ ମଧ୍ୟ ଯୋଡିବା ରେ ଏ ରାସ୍ତା ଦ୍ୱାରା ସହଜ ହେବ l ଯା ଦ୍ୱାରା କି ଏହି ଚାରୋଟି ଜ଼ିଲ୍ଲା ସମେତ ସାରା ପଶ୍ଚିମ ଓଡିଶା ର ସାମାଜିକ, ଅର୍ଥନୈତିକ ବିକାଶ ଘଟିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ଆଜି ମନ୍ତ୍ରୀ ଶ୍ରୀ ପୁଜାରୀ ପ୍ରକାଶ କରିଥିଲେ l ଏବଂ ଏହି 54 କିମି ପ୍ରକଳ୍ପ ଆଗାମୀ ୧୮ମାସ ମଧ୍ୟ ରେ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟ ରେ ୨୦୦ କୋଟି ଟଙ୍କା ର ଅନୁମୋଦନ ମିଳିଛି ଓ ଏଥି ଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ବୋଲି କହିଥିଲେ l ଏହାକୁ ନେଇ ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଡୁଙ୍ଗୁରିପାଲି ଆର ଏମ ସି ସଭା ଗୃହ ଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ଏହି ମେଗା ଓ ଐତିହାସିକ ପ୍ରକଳ୍ପ ପାଇଁ ଜିଲ୍ଲା ବାସୀ ଙ୍କ ତରଫରୁ ଶ୍ରୀ ପୁଜାରୀ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଦେଇଛନ୍ତି l