-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
23-Sep-2022
ବୌଦ୍ଧ (ପ୍ରେରଣା ଖବର) ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ଗ୍ରାମସଭା ସଚେତନତା ରଥ ଶୁଭାରମ୍ଭ ହୋଇଛି । ଏହା ବାଣୀଭୁଷନପୁର ପଞ୍ଚାୟତରୁ ଆରମ୍ଭ ହୋଇଛି । ସ୍ଥାନୀୟ ସରପଞ୍ଚ ଶ୍ରୀବନ୍ତ ମେହେର ଅତିଥି ରୂପେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଏହା ହରଭଙ୍ଗା ବ୍ଲକ୍ 15 ଟି ପଞ୍ଚାୟତ (ସରସରା, ବନ୍ଧାପଥର, ବାମଣ୍ଡା, ରାଧାନଗର, ମଥୁରା, ବୀର ନରସିଂହପୁର, ସାମ୍ପୋଚ, ଲୁଣିବାହାଲ, ରାମଗଡ଼, ଧଳପୁର, ତିଲେଶ୍ୱର, ପିତାମ୍ବରପୁର, ପୁରୁଣା କଟକ, ବାଣୀଭୂଷଣପୁର ଓ କରଞ୍ଜକଟା) ର ଶହେ ରୁ ଅଧିକ ଗ୍ରାମ ବୁଲୁ ସଚେତନ କରିବ। ଗ୍ରାମ ସଭା ବର୍ଷ କୁ ୬ ଥର ହୁଏ । ଯଥା ଜାନୁୟାରୀ ୨୬, ଫେବୃୟାରୀ ମାସ, ମେ ୧, ଜୁନ ମାସ ଅଗଷ୍ଟ ୧୫, ଅକ୍ଟୋବର ୨ ତାରିଖରେ ହୁଏ । ପଲ୍ଲୀସଭା ଫେବୃୟାରୀ ମାସରେ ହୁଏ ଆଦି ସୂଚନା ଦିଆ ଯାଉଚି । ପଲ୍ଲୀସଭା ଓ ଗ୍ରାମ ସଭା ରେ ମାତ୍ରାଧିକ ପରିମାଣରେ ଲୋକମାନେ ଉପସ୍ଥିତ ରହିବେ ସେନେଇ ସଚେତନ କରାଯାଉଛି ବୋଲି thp ର କ୍ଷେତ୍ର ପ୍ରଶିକ୍ଷକ ପ୍ରତାପ ମେହେର ସୂଚନା ଦେଇଛନ୍ତି । କ୍ଷେତ୍ର ସହଯୋଗୀ ସୁପ୍ରିୟା ଦେହୁରୀ ସାହଯ୍ୟ ସହଯୋଗ କରିଥିଲେ । ଆଜି ପୁରୁଣା କଟକ, ବାଣୀଭୂଷଣପୁର ଓ କରଞ୍ଜକଟା ପଞ୍ଚାୟତର ବିଭିନ୍ନ ଗ୍ରାମରେ ସଚେତନ କରାଯାଇଛି ।