-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
24-Sep-2022
ବଲାଙ୍ଗୀର,ବଲାଙ୍ଗୀର ସରକାରୀ ମେଡିକାଲ କଲେଜରେ ବାଇକ୍ ଓ ମୋବାଇଲ୍ ଚୋରୀ ଏକ ସାଧାରଣ ଘଟଣା ହୋଇଗଲାଣି । ଦିନଦ୍ୱିପହରରେ ମୋବାଇଲ ଓ ଗାଡି ମୋଟର ଚୋରୀ ହୋଇଥିଲେ ମଧ୍ୟ ପୋଲିସ ଅପରାଧୀ ମାନଙ୍କୁ କାବୁ କରିବାରେ ବିଫଳ ହେଉଛି । ହସ୍ପିଟାଲ ପରିସରରେ ଥିବା ପୋଲିସ ଫାଣ୍ଡି ମଧ୍ୟ ଏପରି ଅସାମାଜିକ କାର୍ଯ୍ୟକଳାପକୁ ଦମନ କରିବାରେ କୌଣସି ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି । ପୋଲିସର ନିସ୍କ୍ରିୟାତ ଫାଇଦା ଉଠାଇ ଅପରାଧୀ ମାନେ ଏଠାରେ ନିଜର ଅସାମାଜିକ କାର୍ଯ୍ୟକଳାପ ଚଳାଇ ଆସୁଛନ୍ତି । ଗତକାଲି ରାତିରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ହସ୍ପିଟାଲ ପରିସରରେ । ସୂଚନାରୁ ପ୍ରକାଶ ଯେ ଗତକାଲି ରାତି ୧୨ ଟା ସମୟରେ ଆଗଲପୁର ବ୍ଲକ ଝର୍ଣ୍ଣିପାଲି ଗାଁ ର ଭରତ ବଢ଼ିଆ ନିଜର ଜଣେ ସଂପର୍କୀୟ ଲକ୍ଷ୍ମୀ ବଢ଼ିଆ ଙ୍କ ହସ୍ପିଟାଲର ମେଡିସିନ ୱାର୍ଡରେ ଭର୍ତ୍ତି କରିଥିଲେ । ତେବେ ରାତିରେ ହସ୍ପିଟାଲ ସମନା କୁ ଆସି ଦେଖିଲା ବେଳକୁ ଭରତଙ୍କ ଗାଡି ନଥିବା ଦେଖିବାକୁ ପାଇଥିଲେ । ସେ ତୁରନ୍ତ ହସ୍ପିଟାଲ ପରିସରରେ ଥିବା ଫାଣ୍ଡିରେ ଖବର ଦେଇଥିଲେ ମଧ୍ୟ ପୋଲିସ ଗାଡିର କାଗଜପତ୍ର ଆଣ ତା ପରେ ଯାଇ ଅଭିଯୋଗ ଗ୍ରହଣ କରାଯିବ ବୋଲି କହିଥିଲେ । ଏହାପରେ ଭରତ ଆଜି ବଲାଙ୍ଗୀର ଟାଉନ ଥାନରେ ଲିଖିତ ଅଭିଯୋଗ କରିଛନ୍ତି ।