-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ବନ ବିଭାଗ ର ମନରେଗା ମଜୁରୀ ହଡ଼ପ, ତଳୁ ଉପରୁ ସମସ୍ତେ ସମ୍ପୃକ୍ତ ପ୍ରମାଣିତ, ଗାଁ ରେ ଅଟକ ବନ ଅଧିକାରୀ

23-Sep-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ )  ବଲାଙ୍ଗୀର ବନ ଡିଭିଜନର ପାଟଣାଗଡ ରେଞ୍ଜ୍ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ୍ ର ବାଘମୁଣ୍ଡ ପଞ୍ଚାୟତର ବାନ୍ଧନମାଲ ଗ୍ରାମର ଗ୍ରାମବାସୀମାନେ ସେଠାକୁ ହାତୀ ଘଉଡାଇବାକୁ ଯାଇଥିବା ପାଟଣାଗଡ ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶିଙ୍କ ସମେତ ୬ ଜଣ ବନକର୍ମଚାରୀଙ୍କୁ ଗତ ୧୯ ତାରିଖରେ ଗାଁ'ରେ ଅଟକ ରଖି ସେମାନେ ୮ ମାସ ହେଲା ସେମାନେ ଗତ ଜାନୁଆରୀ ମାସରେ କରିଥିବା ମନରେଗା କାମର ମଜୁରୀ ନ ପାଇ ବାରମ୍ବାର ପାଟଣାଗଡ ରେଞ୍ଜ ଅଫିସ୍ କୁ ଧାଇଁ ନିରାଶ ହୋଇପଡିଥିଲେ । ଅଭିଯୋଗ ଅନୁଯାୟୀ ,  ମାଟିଖୋଳା ବାବଦରେ ବାନ୍ଧନମାଲ ଓ ବାଘମୁଣ୍ଡ ଗ୍ରାମର ୬୦ / ୭୦ ଜଣ ଶ୍ରମିକଙ୍କର ପ୍ରାପ୍ୟ ବାବଦକୁ ୮ ଲକ୍ଷ ୬୩ ହଜାର ଟଙ୍କା ସେମାନଙ୍କୁ ଦିଆ ନଯାଇ ଅନ୍ ଲାଇନ୍ ରେ ଉଠାଇ ନିଆଯାଇଥିଲା । ଏହା ପୂର୍ବରୁ ଜଣେ ଫରେଷ୍ଟ୍ ଗାର୍ଡ ଆସି ସେମାନଙ୍କଠାରୁ ଦସ୍ତଖତ କରାଇ ନେଇ ଯାଇଥିଲେ । ସ୍ଥାନୀୟ କିଓସ୍କ ବ୍ୟାଙ୍କରେ ଏହା କରାଯାଇଥିଲା । ଉତ୍ତ୍ୟକ୍ତ ଶ୍ରମିକମାନେ ଦୀର୍ଘ ୯ ଘଣ୍ଟାକାଳ ବନଅଧିକାରୀମାନଙ୍କୁ ଅଟକ ରଖିବା ପରେ ଫୋନ୍ ରେ ବଲାଙ୍ଗୀର ଡିଏଫଓ ନୀତିଶ କୁମାର ସେମାନଙ୍କୁ ପାଉଣା

ମିଳିବାର ପ୍ରତିଶ୍ରୁତି ଦେବାପରେ ଲରମ୍ଭା ଥାନାଧିକାରୀ ସେମାନଙ୍କୁ ବୁଝାଇବା ପରେ ଅଟକ କର୍ମଚାରୀଙ୍କୁ ଲୋକେ ଛାଡିଥିଲେ । ପରଦିନ ବାନ୍ଧନମାଲ ଗ୍ରାମରେ ରେଞ୍ଜର ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ବୈଠକ ବସି ବ୍ୟାଙ୍କ ଷ୍ଟେଟ୍ ମେଣ୍ଟ ଇତ୍ୟାଦିର ଯାଞ୍ଚ କରାଯାଇଛି । ଅସଲ ତଥ୍ୟ ଅଦ୍ୟାବଧି ବାହାରି ନାହିଁ ଓ ବିଭାଗ ତରଫରୁ ଘଟଣାର ସମାଧାନ ନିମନ୍ତେ ଉଦ୍ୟମ କରାଯାଉଥିଲେ ହେଁ , ପ୍ରକୃତରେ ଦୋଷୀମାନଙ୍କୁ ଘଣ୍ଟଘୋଡାଯାଉଥିବା ଅଭିଯୋଗ କରାଯାଉଛି ।

ଏହା ମନରେଗାର ଶ୍ରମଭିତ୍ତିକ ଯୋଜନାରେ ବିଭାଗୀୟ ବାଟମାରଣାର ' ଭାତହାଣ୍ଡିରୁ ଗୋଟିଏ ' ପରି  ଏକ ଘଟଣା ହୋଇଥିଲେ ହେଁ , ସର୍ବତ୍ର ଉପରୁ ତଳସ୍ତରର ସମ୍ପୂର୍ଣ୍ଣ ଜ୍ଞାତସାରରେ ଚାଲିଆସୁଥିବା ବହୁଦିନରୁ ଅଭିଯୋଗ ପ୍ରକାଶ ପାଇ ଆସୁଛି ।  ଏହାପୂର୍ବରୁ ଲାଠୋରର କନ୍ଦାଗାଡ ,  ଭାଲୁକନା , କଣ୍ଟାବାଞ୍ଜିର ବିଭିନ୍ନ ଅଞ୍ଚଳ ଏବଂ ଆହୁରି ଅନେକ ଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଛି । ମୁଖ୍ୟତଃ ଜାଲ୍ ଶ୍ରମିକ ଓ ମିଥ୍ୟାଶ୍ରମଦିବସ ରେକର୍ଡପତ୍ରରେ ଦର୍ଶାଯାଇ   ଏପରି କୋଟି କୋଟି ଟଙ୍କାର ବିଭାଗୀୟ ବାଟମାରଣା ବର୍ଷ ବର୍ଷ ଧରି ଚାଲିଆସୁଥିଲେ ହେଁ , ହାତ ଚିକ୍କଣ କରି ବିଭାଗର ବଡବଡିଆମାନେ ଦୁର୍ନୀତିକୁ ଚପାଇ ଆସୁଥିବା ଚର୍ଚ୍ଚା ହେଉଛି ।

ଅନୁସନ୍ଧାନରୁ ପ୍ରକାଶ ଯେ ,ଉକ୍ତ କାମରେ ଆଦୌ ଶ୍ରମିକଙ୍କର ଆକାଉଣ୍ଟ୍ ଖୋଲାଯାଈ ନଥିଲା । ଇତିମଧ୍ୟରେ ତତ୍କାଳୀନ ରେଞ୍ଜର ବଦଳି ହୋଇ ଯାଇଥିବାବେଳେ ଫରେଷ୍ଟରଙ୍କୁ ଏକ ଲାଞ୍ଚ ମାମଲାରେ ନିଲମ୍ଵିତ କରାଯାଇଛି । ସମ୍ପୃକ୍ତ ଗାର୍ଡ ଜଣକୁ ଘଣ୍ଟଘୋଡାଇ ବର୍ତ୍ତମାନର ରେଞ୍ଜର ଶ୍ରୀ ବିଶି ଆମ ପ୍ରତିନିଧି ପଚାରିବାରୁ  ତା'ର ବଦଳି ହୋଇଯାଇଥିବା ସଫେଇ ଦେଇଛନ୍ତି । ଏହି ମନରେଗା ଶ୍ରମିକଙ୍କ ଏତେ ପରିମାଣର ଲକ୍ଷାଧିକ ମଜୁରୀ ଟଙ୍କା ଦୀର୍ଘ ୯ ମାସ ଧରି ହଡପ କରାଯାଇ ସେହି ରେଞ୍ଜର , ଫରେଷ୍ଟରଙ୍କ ସମେତ ଗାର୍ଡଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲେ ହେଁ , ଡିଏଫଓ କେମିତି ଜାଣି ନଥିଲେ  ଓ ଏବେ ସେହିଟଙ୍କା କେଉଁଠୁ ଆଣି ଶ୍ରମିକମାନଙ୍କୁ ପାଉଣା ଦିଆଯିବ , ପ୍ରଶ୍ନ ଉଠୁଛି  ?

ଏହାସହିତ ବଲାଙ୍ଗୀର ବନବିଭାଗର ଅନ୍ୟାନ୍ୟ ସମସ୍ତସ୍ଥାନର ମନରେଗା କାମର ପାଉଣା ପ୍ରଦାନର ଏକ ଭିଜିଲାନ୍ସ ତଦନ୍ତ ନିମନ୍ତେ ଜନସାଧାରଣ ଦାବି କରିଛନ୍ତି ।ତଳିଆ କର୍ମଚାରୀଙ୍କୁ ନିୟୋଜିତ କରି ମନରେଗା ମଜୁରୀ କିଓସ୍କ ବ୍ୟାଙ୍କରେ ହଡପ କରାଯିବାର ଏହା ଏକ ଜ୍ବଳନ୍ତ ଉଦାହରଣ । ଏଥିରେ ଡିଏଫଓଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି । ତେଣୁ ଅଧସ୍ତନମାନେ ନିରଙ୍କୁଶ ହୋଇପଡିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like