-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
23-Sep-2022
ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାର ରମଣ ଭିପନେଟ ସ|ଆଇନ୍ସ କ୍ଲଵ ଆନୁକୂଲ୍ୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ଶିକ୍ଷକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ହୋଇଯାଇଛି | ଏ ବର୍ଷର ମୁଖ୍ୟ ବିଷୟ "ସହନୀୟ ବିକାଶରେ ମୌଳିକ ବିଜ୍ଞାନ : ସମ୍ଭାବନା ଓ ଆହ୍ୱାନ "ଉପରେ ଦଶ ଜଣ ଛାତ୍ର ଛାତ୍ରୀ ଯୋଗଦେଇଥିଲେ |ପ୍ରତିଯୋଗିତାରେ ସାଇରଜ ମହାପାତ୍ର ପ୍ରଥମ, ରୋଶନାରାଣୀ ଗୁରୁ ଦ୍ଵିତୀୟ ଓ ପ୍ରିୟବ୍ରତ ପଧାନ ତୃତୀୟ ହୋଇ ପୁରସ୍କୃତ ହୋଇଥିଲେ | ପ୍ରଥମସ୍ଥାନ
ଅଧିକାର କରିଥିବା ଛାତ୍ର ସାଇରଜ ମହାପାତ୍ର ବିନୋବା ଉଚ୍ଚ ବିଦ୍ୟାଳୟ, ଛତାମଖନାଠାରେ ଅନୁଷ୍ଠିତ ହେବାକୁ ଥିବା ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରରେ ଭାଗ ନେବେ |ଶିକ୍ଷକ ସଂକୀର୍ତନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ଅଜିତ କୁମାର ଗୁରୁ, ଗଜିନ୍ଦ୍ର ନାଇକ,ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସହଯୋଗ କରିଥିଲେ |