-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ନୋଡାଲ ଅଧିକାରୀଙ୍କ ଛତୁଆ କେନ୍ଦ୍ର ପରିଦର୍ଶନ ଘଟଣା , ଛତୁଆ ର ମାନ ନେଇ ସିଡ଼ିପିଓଙ୍କୁ ରିପୋର୍ଟ ତଲବ ପରେ ସିଡିପିଓ ଙ୍କ ରିପୋର୍ଟ ପ୍ରଦାନ

18-Sep-2022



ନବରଂଗପୁର/ଡାବୁଗାଁ/ (ମିହିର ଶଙ୍କର ପାତ୍ର) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ନୋଡାଲ ଅଧିକାରୀ ତଥା ଡେପୁଟି କଲେକ୍ଟର ମୌସୁମୀ ନାୟକ ଗତ ୦୨ ସେପ୍ଟେମ୍ବର ଶୁକ୍ରବାର ଦିନ ଡାବୁଗାଁ ଗସ୍ତ କରି ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିବା ସହ ଡାବୁଗାଁ ର( ମା ମୁତ୍ୟାଲୁ) ଏସଏଚଜି ଦ୍ଵାରା ପ୍ରସ୍ତୁତ ଛତୁଆ କେନ୍ଦ୍ର ପରିଦର୍ଶନ କରିଥିଲେ . ଛତୁଆ କେନ୍ଦ୍ରରେ ପ୍ରସ୍ତୁତ ଛତୁଆ ର ମାନ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଛତୁଆ କେନ୍ଦ୍ର ପରିସର ଅପରିଷ୍କାର  ରହିବା ସହ ପୂର୍ତ୍ତି ଗନ୍ଧମୟ ଥିବା ଜାଣିଥିଲେ ଏହାପରେ ଡାବୁଗାଁ ସିଡିପିଓ ଙ୍କୁ ରିପୋର୍ଟ ତଲବ କରିଥିଲେ . ନୋଡାଲ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ଡାବୁଗାଁ ସିଡ଼ିପିଓ ଗୀତାଞ୍ଜଳି ମହାରଣା ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥିବା କହିଛନ୍ତି . ତେବେ ରିପୋର୍ଟ ରେ କଣ ସୂଚିତ କରିଛନ୍ତି ସେ ନେଇ କିଛି କହିବାକୁ ମନା କରିଛନ୍ତି . ତେବେ ରିପୋର୍ଟ ପ୍ରଦାନ ପରେ ଡାବୁଗାଁ  ନୋଡାଲ ଅଧିକାରୀ ତଥା ଡେପୁଟି କଲେକ୍ଟର ମୌସୁମୀ ନାୟକ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା . ସୂଚନା ଥାଉ କି ଡାବୁଗାଁ ହାଟପଦା ରେ ଥିବା ମା ମୁତ୍ୟାଲୁ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଡାବୁଗାଁ ବ୍ଲକ ରେ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ଛତୁଆ ପ୍ରଦାନ ପାଇଁ ସ୍ଵୀକୃତି ଦିଆ ଯାଇଛି .  ତେବେ ମା ମୃତ୍ୟୁଲା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଛତୁଆ ନିମ୍ନ ମାନର ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା କିଛି ଅଧିକାରୀଙ୍କ ସଲା ସୁତୁରା ପରେ ତାହାକୁ ଚପାଇ ଦିଆ ଯାଉଥିଲା.  ବାରମ୍ବାର ଛତୁଆ ର ମାନ ନେଇ ଅଭିଯୋଗ ପରେ ମଧ୍ୟ ସଂପୃକ୍ତ ଛତୁଆ ପ୍ରଦାନ କାରି ଏସ ଏଚ ଜି ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ସମସ୍ତଙ୍କୁ ଚକିତ କରୁଥିଲା . ଏଥି ପୂର୍ବରୁ ଛତୁଆ ନିମ୍ନ ମାନର ପ୍ରଦାନ ହେଉଥିବା ନେଇ ଡାବୁଗାଁ ବ୍ଲକ ର ମେଣ୍ଡରା ଗ୍ରାମବାସୀ ପୂର୍ବରୁ ଅଭିଯୋଗ କରିଥିଲେ. ଗତ ପଞ୍ଚାୟତ ସମିତି ବୈଠକ ରେ ମଧ୍ୟ ଅନୁରୂପ ଜନ ପ୍ରତିନିଧି ମାନେ ଡାବୁଗାଁ ବ୍ଲକ ରେ ଛତୁଆ ନିମ୍ନ ମାନର ପ୍ରଦାନ କରାଯାଉଥିବା ନେଇ ଅଭିଯୋଗ କରିଥିଲେ .ଏହା ପରେ ଦୁଇ ଥର ଛତୁଆ ର ମାନ ନେଇ ତଦନ୍ତ ହୋଇଥିଲା . ଗର୍ଭବତୀ ମହିଳା , ଶିଶୁ ଓ କିଶୋରୀ ମାନଙ୍କୁ ସରକାର ପୁଷ୍ଟିକର ଖାଦ୍ୟ ଦେବାକୁ କୋଟି କୋଟି ଟଙ୍କା ବ୍ୟେୟଙ୍କରୁଥିବା ବେଳେ ଡାବୁଗାଁ ବ୍ଲକ ରେ ଛତୁଆ ପ୍ରଦାନ କାରି ମା ମୁତ୍ୟାଲୁ ଏସ ଏଚ ଜି  ଛତୁଆ ମସୃଣ ବଦଳ ରେ ବହୁତ କଦ ରଖୁଛନ୍ତି , ଛତୁଆ ପ୍ରଦାନ ସମୟରେ ସେଥିରେ ଆସୁଥିବା ତେଲ ଦେଉ ନାହାନ୍ତି,

ଛତୁଆ ରେ ଚିନିର ପରିମାଣ କମ୍ କରୁଛନ୍ତି, ଏପରିକି ଛତୁଆ ପେକିଂ ଜରି ମଧ୍ୟ ବହୁତ ହାଲୁକା କରୁଛନ୍ତି . ତେବେ ଡାବୁଗାଁ ନୋଡାଲ ଅଧିକାରୀ ତଥା ଡେପୁଟି କଲେକ୍ଟର ଅଚାନକ ଡାବୁଗାଁ ରେ ମା ମୁତ୍ୟାଲୁ ସ୍ଵୟଂ ସହାୟକ ଦଳ ଦ୍ଵାରା ପ୍ରସ୍ତୁତ ହେଉଥିବା ଛତିଆ କେନ୍ଦ୍ର ପରିଦର୍ଶନ ପରେ ଏଥିରେ ସତ୍ୟତା ଥିବା ଜାଣିବା ସହ ଛତୁଆର ମାନ ନେଇ ଅସନ୍ତୋଷ ବ୍ୟେକ୍ତ କରିଥିଲେ . ଏବଂ ତଦନ୍ତ ସମୟରେ ଯାଇଥିବା ଡାବୁଗାଁ ର ନୂତନ ଭାବେ ଯୋଗ ଦେଇଥିବା ସିଡିପିଓ ଗୀତାଞ୍ଜଳି ମହାରଣାଙ୍କୁ  ଯଥା ଶୀଘ୍ର ଏହାର ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ . ତେବେ ଡାବୁଗାଁ ନୋଡାଲ ଅଧିକାରୀ ସିଡିପିଓ ଙ୍କ ରିପୋର୍ଟ ପାଇବା ପରେ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଡାବୁଗାଁ ବାସି ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି .


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like