-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||     

HOME   ଜିଲ୍ଲା

ଶାଗମାଛ ଦରରେ ଜମି କିଣୁଛନ୍ତି ବାହାରର ଲୋକେ : ପାଟଣାଗଡ ହୋଟେଲରେ ଜମି ରେଜିଷ୍ଟ୍ରି ଜାଲିଆତି !

17-Sep-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ):  ଚିର ମରୁଡି ପ୍ରପୀଡିତ ଦାଦନ ଅଧ୍ୟୁଷିତ ଆଦିବାସୀବହୁଳ ବଲାଙ୍ଗୀର ଜିଲ୍ଲାରେ ବାହାରର ଲୋକେ ଆସି ଶାଗମାଛ ଦରରେ ଜମି କିଣିନେଉଥିବା ଏବଂ ସମ୍ପୂର୍ଣ୍ଣ ବେଆଇନ୍ ଭାବରେ ସରକାରୀ ଜମି ରେଜିଷ୍ଟ୍ରେସନରେ ଜାଲିଆତି କରାଯାଉଥିବାବେଳେ ଧରାପଡିବା ଘଟଣା ଚର୍ଚ୍ଚାରେ ରହିଛି । ନିକଟରେ ଘଟିଥିବା ଏଭଳି ଏକ ଘଟଣା କେତେକ ସ୍ଥାନୀୟ ମିଡିଆର ଷ୍ଟିଙ୍ଗ୍ ଅପରେସନରେ ପ୍ରକାଶ ପାଇ ଲୋକଲୋଚନକୁ ଆସିବା ପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବାରୁ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ପାଟଣାଗଡ ତହସିଲଦାର ତଥା ଭାରପ୍ରାପ୍ତ ଉପ- ଜିଲ୍ଲାପାଳ ଡା.ପୁଷ୍ପାଞ୍ଜଳି ପଣ୍ଡା ଘଟଣାର ତଦନ୍ତ କରୁଥିବା ପ୍ରକାଶ ।   

ଘଟଣାରୁ ପ୍ରକାଶ ଯେ , ଗତ ୧୩ ତାରିଖ ରାତି ପ୍ରାୟ ୮ ଟା ବେଳେ ପାଟଣାଗଡ ସହରର ' ଶାରଦା ' ହୋଟେଲରେ ଆନ୍ଧ୍ରପ୍ରଦେଶରୁ ଆସିଥିବା କେତେକ କ୍ରେତା ସ୍ଥାନୀୟ ଦଲାଲଙ୍କ ସହାୟତାରେ ଖପ୍ରାଖୋଲ ବ୍ଲକ୍ ର ଟେଙ୍ଗରାପଥର ଗ୍ରାମର ଜଣେ ପ୍ରଜା କୁମର ବିଶିଙ୍କ ପରିବାରର ୧୯ ଜଣଙ୍କର ଖାତା ନ୦ . ୧୮୮ ର ୯ ଏକର ୧୨ ଡେସମିଲର ଜମିକୁ କିଣିବାକୁ ସରକାରୀ ରେଜିଷ୍ଟ୍ରେସନର ଭିଜିଟିଂ ରେଜିଷ୍ଟ୍ରି ଭାବରେ ଏକ ହାସପାତାଳର ରୋଗୀ ରେଜେଷ୍ଟ୍ରି ଚିଟ୍  ଓ  ସବ୍ - ରେଜିଷ୍ଟ୍ରାର୍ ବିକ୍ରେତାଙ୍କ ଘରକୁ ଯିବାର ଗସ୍ତଖର୍ଚ୍ଚ ୨୮୦ ଟଙ୍କାର ଫିଜ୍ ଦାଖଲ ପୂର୍ବକ ପଞ୍ଜୀକରଣ ଆଇନର ଧାରା ୩୧ ର ଜାଲିଆତି କରି କାଗଜପତ୍ର କାମ କରୁଥିବା ଅଭିଯୋଗ କରାଯାଇଥିବା କୁହାଯାଇଛି ।  ସେଠାରେ କ୍ରେତା କେ. ରମେଶ ଚନ୍ଦ୍ର , ବିକ୍ରେତାଙ୍କ ୫୦ ଜଣ , ସବ୍ - ରେଜିଷ୍ଟ୍ରାର୍ ବନ ବିହାରୀ ହରପାଲଙ୍କ  ପରିବର୍ତ୍ତେ ତାଙ୍କ ଅଫିସ୍ ର ଡାଟା ଏଣ୍ଟ୍ରି ଅପରେଟର ବିଶ୍ବମ୍ଭର ରାଉତ , ନୂଆପଡାର ଜଣେ ତେଲୁଗୁ ଓକିଲ ରାଓ , ବନେଇମୁଣ୍ଡାର ଜଣେ ଭୁଲିଆ ଓକିଲ ଓ କେତେକ ସ୍ଥାନୀୟ ଜମି ଦଲାଲ ଉପସ୍ଥିତ ଥିଲେ ।  ଆନ୍ଧ୍ର କ୍ରେତାଙ୍କ ଏକାଧିକ ବୋଲେରୋରେ ବିକ୍ରେତାମାନଙ୍କୁ ସେମାନଙ୍କ ଗାଁ'ରୁ ବୁହାଇ ଅଣାଯାଇଥିଲା । ତେବେ  ଲୁକ୍କାୟିତ ଭାବରେ ଗ୍ରାମୀଣ ସରଳ ଲୋକଙ୍କୁ ପ୍ରଲୋଭନ ଦେଇ ସେମାନଙ୍କର ଭାତହାଣ୍ଡିର ଶସ୍ଯକ୍ଷେତକୁ ଏପରିଭାବରେ ଶାଗମାଛ ଦରରେ କିଣିନେବାକୁ ଏଭଳି ରାତିଅଧିଆ ଜାଲିଆତିର ଖବର ପାଇ କେତେକ ପେଶାଦାର ସ୍ଥାନୀୟ ମିଡିଆବାଲେ ହୋଟେଲରେ ଷ୍ଟିଙ୍ଗ୍ ଅପରେସନ କରି ଚଢାଉ କରିବାରୁ ସମସ୍ତେ ସେଠାରୁ ଛିନ୍ ଛତ୍ର ହୋଇ ପଳାଇ ଯାଇଥିବା ଜଣାଯାଇଛି । ତେବେ ପରେ ଏହି ଘଟଣାରେ ସବ୍- ରେଜିଷ୍ଟ୍ରାର ବନ ବିହାରୀ ହରପାଲ ଏହାକୁ ଭିଜିଟିଂ ରେଜିଷ୍ଟ୍ରି ଓ ଏହା କରାଯିବାକୁ ସରକାରୀ ସ୍ବୀକୃତି ରହିଛି ବୋଲି ସଫେଇ ଦେଇଥିବା ପ୍ରକାଶ । ଏଣୁ ଏହା ତାଙ୍କର ସମ୍ପୂର୍ଣ୍ଣ ଜ୍ଞାତସାରରେ ହେଉଥିବା ପ୍ରମାଣିତ ହେଉଛି ।   ଏହି ଘଟଣା ମିଡିଆରେ ପ୍ରକାଶ ପାଇବା ପରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଏହାର ତଦନ୍ତ ନିର୍ଦ୍ଦେଶ ପାଟଣାଗଡ ଉପ- ଜିଲ୍ଲାପାଳଙ୍କୁ ଦେଇଥିବା ପ୍ରକାଶ । ତେବେ ପ୍ରଶ୍ନ ଉଠୁଛି ଯେ , ଯଦି ଜମିବିକ୍ରେତାମାନେ ଅସୁସ୍ଥ ହୋଇ ରୋଗରେ ଶଯ୍ୟାଶାୟୀ ଥିଲେ ଓ  ମାତ୍ର ୨୦୦ ମିଟର ଦୂରସ୍ଥିତ ସବ୍- ରେଜିଷ୍ଟ୍ରି କାର୍ଯ୍ୟାଳୟ ବା ପାଟଣାଗଡ ସରକାରୀ ଉପଖଣ୍ଡ ହାସପାତାଳକୁ ଆସିବାକୁ ଅକ୍ଷମ ଥିଲେ , ହୋଟେଲକୁ ଆସିଥିଲେ କେମିତି  ଓ  ସବ୍ - ରେଜିଷ୍ଟ୍ରାର୍ ଙ୍କ ଅନୁପସ୍ଥିତିରେ ତାଙ୍କର ଜ୍ଞାତସାରରେ ଜଣେ ଅସ୍ଥାୟୀ ଆଉଟ୍ ସୋର୍ସିଂ ଡାଟା ଏଣ୍ଟ୍ରି ଅପରେଟର ଏହି ସରକାରୀ କାର୍ଯ୍ୟ ସମ୍ପାଦନ କରୁଥିଲେ କିପରି  ? ସେହିପରି ସମ୍ପୃକ୍ତ ଷ୍ଟିଙ୍ଗ୍ ଅପରେସନ୍ କରିଥିବା ମିଡିଆବନ୍ଧୁମାନେ ଅଦ୍ୟାବଧି ସରକାରୀ ଆଇନର ଉଲଙ୍ଘନ ହୋଇଥିବାରୁ ଏହା ବିରୁଦ୍ଧରେ ସଚେତନ ନାଗରିକ ହିସାବରେ ସ୍ଥାନୀୟ ଥାନାରେ ଏକ ଏତଲା ଦେଇଛନ୍ତି କି  ? 

ସେ ଯାହାହେଉ , ଏଭଳି ଘଟଣା ପାଟଣାଗଡ ଅଞ୍ଚଳରେ ନୂଆ ନୁହେଁ । ଏପରିକି କିଛିବର୍ଷତଳେ  ଧଣ୍ଡାମୁଣ୍ଡା ସେବା ସମବାୟ ସମିତିରେ କୃଷିଋଣ ବା ପମ୍ପ ପାଇଁ ଦାଖଲ କରାଯାଇଥିବା ଜମିର ପାର୍ଚ୍ଚାକୁ ସେହି ସମିତିର ସମ୍ପାଦକ ଓ ଖପ୍ରାଖୋଲର କେତେକ ଅପରାଧୀ ପ୍ରବୃତ୍ତିର ଯୁବକ ତୁଷୁରା ଅଞ୍ଚଳର ଜଣେ ସମ୍ପର୍କୀୟ ବୃଦ୍ଧଙ୍କୁ ଜମିମାଲିକ ଦର୍ଶାଇ  ପାଟଣାଗଡର ଜଣେ ଓକିଲଙ୍କ ଜରିଆରେ ଚଞ୍ଚକତା କରି  ଜାଲିଆତିରେ  ଖପ୍ରାଖୋଲ ବ୍ଲକ୍ ର ପଡିଆବାହାଲ ଗ୍ରାମର କେତେକଙ୍କ ଚାଷୀଙ୍କ ଅଜ୍ଞାତରେ ୭୨ ଏକର ଜମିକୁ ରାୟପୁରର ଜଣେ କ୍ରେତାଙ୍କ ନାମରେ ରେଜିଷ୍ଟ୍ରି  କରିନେଇଥିଲେ ।  ଆହୁରି ବିଚିତ୍ର ଯେ ସେତେବେଳେ ଏହି ପାଟଣାଗଡ ସବ୍- ରେଜିଷ୍ଟ୍ରି ଅଫିସ୍ ରୁ  ୨୧ ଟି ସେଲ୍ ଡିଡ୍ ହଜିଯାଇଥିଲା !  ପରେ ଏହି ମାମଲାରେ କେତେକ ଗିରଫ ହୋଇଥିଲେ ।

ଏହା ପୂର୍ବରୁ ପାଟଣାଗଡ ଉପଖଣ୍ଡର ଘୁମେର ଅଞ୍ଚଳରେ ଜାଟ୍ରୋଫା ଚାଷ ଆଳରେ ବମ୍ବେର ' ତାଜ୍ ' କମ୍ପାନୀ ଓ ଅନ୍ୟାନ୍ୟ ଜାଲ୍ କମ୍ପାନୀ ନାଁ'ରେ କତିପୟ ସ୍ଥାନୀୟ ରାଜନେତା ଓ ଜମିଦଲାଲଙ୍କ ଦ୍ବାରା ପ୍ରକୃତ ଜମିମାଲିକଙ୍କୁ ଠକି ନିଆଯାଇଥିବା ଜମି ଜାଲିଆତିରେ ତତ୍କାଳୀନ ତହସିଲଦାର , ଆର୍ ଆଇ , ଆମୀନ ଓ ସବ୍- ରେଜିଷ୍ଟ୍ରାର୍ ଗିରଫ ହୋଇ ଜେଲ୍ ଯାଇଥିଲେ । ଆହୁରି କେତେକ ଏଭଳି ଘଟଣାର ଉଦାହରଣ ମଧ୍ୟ ରହିଛି ।

ଉଲ୍ଲେଖନୀୟ ଯେ , ଏଇ କିଛିଦିନତଳେ ବଲାଙ୍ଗୀର ସଦର ତହସିଲରେ ତହସିଲଦାର ଓ ରେଜିଷ୍ଟ୍ରାରଙ୍କ ସମେତ କେତେକ ଜମି ଦଲାଲଙ୍କ ବିରୁଦ୍ଧରେ ଅଧା ଏକର ଜମିକୁ ଏକ ଏକର କରିଦେଇ ରେଜିଷ୍ଟ୍ରି କରିଥିବା ଅଭିଯୋଗରେ ଜଣେ କୁଖ୍ୟାତ ଜମିମାଫିଆ ଡନ୍ ସମେତ ୪ ଜଣ ଗିରଫ ହୋଇଥିବାବେଳେ ସହକାରୀ ତହସିଲଦାର ଓ ରେଜିଷ୍ଟ୍ରାର୍ କିଛିଦିନ ଫେରାର୍ ହୋଇଯାଇ ପରେ ହାଇକୋର୍ଟରୁ ଜାମିନରେ ଆସିଥିବା ପ୍ରକାଶ । ଆହୁରି ମଧ୍ୟ ଗତ ୮ ତାରିଖରେ କଣ୍ଟାବାଞ୍ଜି ଧାମନଡଙ୍ଗାର ଜଣେ ଗରିବ ଦଳିତ  ପ୍ରଜା କିଛିବର୍ଷ ତଳେ ଜଣେ ଓକିଲଙ୍କ ମଧ୍ୟସ୍ଥତାରେ ପ୍ରାୟ ୫ ଏକର ସମସ୍ତ ଜମିକୁ କଣ୍ଟାବାଞ୍ଜିର ଚାରିପାଞ୍ଚଜଣ ଅଣଓଡିଆ ମହାଜନ ହଡପ କରିନେଇଥିବାରୁ ଓ ମାମଲାଟି ସ୍ଥାନୀୟ ଅଦାଲତରେ ବିଚାରାଧୀନ ରହିଥିବାବେଳେ ନିରାଶ ହୋଇ ନିଜ ଜମିରେ ଆତ୍ମହତ୍ୟା କରିଥିବା ମୃତକଙ୍କ ଭାଇ ଅଭିଯୋଗ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ , ଅଳ୍ପବର୍ଷତଳେ ଗଇଁନ୍ତଲା ନିକଟସ୍ଥ ସୋନପୁର ରାସ୍ତାକଡର ଏକ ରୁଗ୍ଣକାରଖାନାର ଜମିକୁ ଜାଲିଆତି କରି ହଡପ ,  ଗାନ୍ଧୀନଗର ପଡାର ଜଣେ ବିଧବାଙ୍କ ଜମିକୁ ଟାଉନଥାନାର ଜଣେ ପୁଲିସ୍ କର୍ମଚାରୀଙ୍କ ଦ୍ବାରା ହଡପ କରାଯାଥିବାରୁ ସେ ଗିରଫ ହେବା ଘଟଣା ଚର୍ଚ୍ଚିତ ହୋଇଥିଲା । ତେଣୁ ଦଶନ୍ଧି ଦଶନ୍ଧି ଧରି ଜିଲ୍ଲାର ଗରିବଲୋକଙ୍କ ଜମିକୁ ବାହାରର ଲୋକଙ୍କ ସମେତ ଧନୀ , ପ୍ରଭାବଶାଳୀ , ଅପରାଧୀ ଓ ରାଜନେତାଙ୍କ ଦ୍ବାରା ହଡପ କରାଯାଇ ଆସୁଥିବା ସାଧାରଣ ଘଟଣାରେ ପରିଣତ ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026

You Might Also Like