-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
15-Sep-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ସ୍ଥିତ ସିଦ୍ଧାର୍ଥ ଡ଼ିଗ୍ରୀ କଲେଜରେ ବୁଧବାର ପୃଥକ ପୃଥକ ଭାବରେ ଦୁଇଟି ସେମିନାର ଅନୁଷ୍ଟିତ ହୋଇଥିଲା ।କଲେଜ ଅଧ୍ୟକ୍ଷ ଡ଼.ଧୀରେନ୍ଦ୍ର କୁମାର ନାୟକ ଅଧ୍ୟକ୍ଷତା କରି ସେମିନାରର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଟିତ ପ୍ରଥମ ସେମିନାରରେ ପ୍ରବକ୍ତା ଭାବେ ଭୁବନେଶ୍ୱର ବିଏସଇ ଇନଭେଷ୍ଟର ସର୍ଭିସ ମ୍ୟାନେଜର ସୌମ୍ୟ ରଞ୍ଜନ ସାହୁ ଯୋଗଦେଇ ଅର୍ଥନୀତି ବିକାଶରେ ପୁଞ୍ଜିବଜାରର ଭୂମିକା
ଉପରେ ଆଲୋକପାତ କରିଥିଲେ। ସେହିପରି ଅନ୍ୟ ଏକ ସେମିନାରରେ ଭୁବନେଶ୍ୱର ଏମଆଇସିଏମ ଅଧ୍ୟାପିକା ଡ଼ଃ ସୀମା ମିଶ୍ର ବକ୍ତା ଭାବେ ଯୋଗଦେଇ ସମବାୟ ଭିତ୍ତିକ ଉଦ୍ୟୋଗ ଯୁବବର୍ଗ ପାଇଁ ସୁଯୋଗ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଞ୍ଜଳ ଭାବେ ବୁଝାଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ,ବରିଷ୍ଟ ଅଧ୍ୟାପକ ଗୋପାଳକୃଷ୍ଣ ଦାଶ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।