-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
15-Sep-2022
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକରେ ରାଜ୍ୟ ବିଜେଡି ମହିଳା ସମ୍ପାଦିକା ଶ୍ରୀମତୀ ରଂଜୁ ରାଏମନ୍ କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନ l ଲୋଇସିଂହା ନିର୍ବାଚନ ମଣ୍ଡଳୀ ଆଗଲପୁର ବ୍ଲକର ବିଭିନ୍ନ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ ଶ୍ରୀମତୀ ରଂଜୁ ରାଏମନ l ବ୍ଲକର ସାନ ଫାସଡ, ଆଗଲପୁର, ଶ୍ରୀକ୍ଷେତ୍ର ନଗର ଓ ସର୍ଦ୍ଧାପାଲିରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଏହି ଗ୍ରାମ ଗୁଡ଼ିକ ପରିଦର୍ଶନ କରି
ଶେଷରେ ସର୍ଧାପାଳି ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ସେ ଲୋକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଉଦବୋଧନ ଦେଇଥିଲେ l ଏହି ଅବସରରେ ତାଙ୍କ ସହିତ ଆଗଲପୁର ଅଞ୍ଚଳର କମଳ ସାହୁ, ସୁନୀତା ମାଝୀ, ପ୍ରଦୀପ ସାହୁ, ଝସକେତନ ସାହୁ, ରମେଶ ବାରିକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l