-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
15-Sep-2022
ବଲାଙ୍ଗିର(ପ୍ରେରଣା ଖବର) - କାନାରା ବ୍ୟାଙ୍କ ଅଧିକାରୀ ଓ ସ୍ଥାନୀୟ ମିଲ ମାଲିକ ଙ୍କ ଏକ ବୈଠକ ସମ୍ବଲପୁର ରୋଡ ସ୍ଥିତ ଜଗନ୍ନାଥ ପେଲେସ ଠାରେ ଅନୁଷ୍ଠିତ ହୋଇଥିଲା । ମଂଚାସିନ ଥିଲେ ମହାପ୍ରବନ୍ଧକ ତଥା ଅଂଚଳ ପ୍ରମୁଖ ବାବୁଲାଲ ମୀନା ଓ ସହାୟକ ମହାପ୍ରବନ୍ଧକ ତଥା କ୍ଷେତ୍ରିୟ ମୁଖ୍ୟ ଅଜିତ କୁମାର ଚୋପଦାର । ଆଜିର ବୈଠକରେ ମିଲ ମାଲିକମାନଙ୍କୁ କିପରି ସୁବିଧାରେ ବ୍ୟାଙ୍କର ନିୟମାନୁଯାୟୀ ଋଣ ଦିଆଯାଇ ପାରିବ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ତଥା ସମସ୍ତଙ୍କୁ ଅବଗତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ବ୍ୟାଙ୍କର ବ୍ୟାଙ୍କର ଋଣ ପରିଶୋଧ କରି ନ ଥିବା ବ୍ୟକ୍ତିମାନଙ୍କୁ କିପରି ଭାବେ ଏକ କାଳିନ ଋଣ ପରିଶୋଧ କରିବେ ସେ ବିଷୟରେ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା । ବୈଠକରେ ସହଯୋଗ କରିଥିଲେ ମଣ୍ଡଳ ପ୍ରବନ୍ଧକ ଲୋକପତି ସ୍ୱାଇଁ, ବରିଷ୍ଠ ପ୍ରବନ୍ଧକ ଦୀପକ କୁମାର ଜୁନେଜା, ବଲାଙ୍ଗିର ନଂ.୧ ର ଶାଖା ପ୍ରବନ୍ଧକ ମିଲ କୁମାର ପଣ୍ଡା, ବଲାଙ୍ଗିର ନ.୨ ର ଶାଖା ପ୍ରବନ୍ଧକ ବିମଳ କୁମାର ମିତ୍ତଲ ଓ ଉପସ୍ଥିତ ଥିଲେ ବ୍ୟାଙ୍କ ଅଧିକାରୀ ଚନ୍ଦ୍ର ମୋହନ କୁମ୍ଭାର, ମହୀମା ପ୍ରସାଦ ସାହୁ, ସ୍ମୃତି ରଂଜନ ଦାସ, ପ୍ରୀୟତୋଷ ପ୍ରଧାନ, ବିଜୟ କୁମାର ନାଏକ, କମଳ ବାରିକ, ମିଲ ମାଲିକଙ୍କ ତରଫରୁ ସଭାପତି ସମରେନ୍ଦ୍ର କୁମାର ରଥ ଉପସ୍ଥିତ ଥିଲେ ।