-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
14-Sep-2022
ବଲାଙ୍ଗିର / ପୁଇଁନ୍ତଲା, - ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ହାଇସ୍କୁଲରେ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଲେଇସର୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦିବସର ଉଦ୍ଦେଶ୍ୟ, ହିନ୍ଦୀ ଭାଷାର ମହତ୍ୱ ବଜାୟ ରଖିବା ତଥା ପ୍ରୋତ୍ସାହିତ କରିବାକୁ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ହିନ୍ଦୀ ଶିକ୍ଷକ ରଞ୍ଜିତ ମିଶ୍ର ହିନ୍ଦୀ ଦିବସର ମହତ୍ୱ ବିଷୟରେ ବର୍ଣ୍ଣନା କରିବା ସହ ରାଷ୍ଟ୍ରଭାଷାର ବିକାଶରେ ଦେଶର ବିକାଶ ସମ୍ଭବ ବୋଲି କହିଥିଲେ । ପୂର୍ବରୁ ଆୟୋଜିତ ସୁନ୍ଦର ହିନ୍ଦୀ ଲିଖନ, ପ୍ରବନ୍ଧ, କବିତା ପାଠ, ଗଳ୍ପ ଲିଖନ ଓ ସାଧାରଣ ଜ୍ଞାନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀ ଦିପିକା ଦଲେଇ, ଅଲିଭା ଦଲେଇ, ଶୃତିମୟୀ ଗାଇଗରିଆ, ସୌମ୍ୟସ୍ମିତା ବାଗ, ଅକ୍ଷୟ ପାତ୍ର, ତୋଷବନ୍ତ ଭରାସାଗର, ଅଜୁ ବାଗ, ମହେଶ୍ୱତା ବାଗ, ସୁନିତା ପଧାନ, ସୋନାଲି ମିଶ୍ର, ମନିଷା ଦଲେଇ, ସ୍ନେହାରାଣୀ ପଧାନ, ଜଗା ବାଗ, ଝସକେତନ ଦଲେଇ, ଶୁଭଦ୍ରା ଦଲେଇ ଅନିଲ ନାଗ, ପଦ୍ମନାଭ ଦୀପ, ସିମରନ ବାଗ, ଆଶିଷ କୁମାର ମାଝି, ରାଜକୁମାର ସେଠୀ, ଯୁବରାଜ ଗେଜୋ, ଗାୟତ୍ରୀ ତ୍ରିପାଠୀ, ମହେନ୍ଦ୍ର ବିଶ୍ୱାଳ, ରବିନ୍ଦ୍ର ଷାଣ୍ଡ, ସବ୍ୟସାଚୀ ତ୍ରିପାଠୀ, ଶ୍ରାବଣୀ ମରେହି, ରାଜକୁମାର ସେଠୀ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା ।