-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
08-Sep-2022
ବୌଦ୍ଧ (ପ୍ରେରଣା ଖବର) ମିଶନ ଶକ୍ତି ଓ ଆଇସିଆଇ ବ୍ୟାଙ୍କ ସହଯୋଗ ରେ କାର୍ଯ୍ୟ ରତ ବ୍ୟାଙ୍କ କରେସ୍ପଡେଂସ ଏଜେଣ୍ଟ ମହିଳା ମାନଙ୍କ ପାଇଁ ପ୍ରଶିକ୍ଷଣ ଓ ପରିଚୟ ବଣ୍ଟନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା. ସୂଚନା ଯୋଗ୍ୟ ଯେ, ଗ୍ରାମାଞ୍ଚଳ ରେ ଯେଉଁଠାରେ ବ୍ୟାଙ୍କ ସୁବିଧା ନାହିଁ ସେଠାରେ ଘରେ ଘରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବାପାଇଁ ବୌଦ୍ଧ ଜିଲ୍ଲା ରେ 31 ଜଣ ମହିଳା ସଦସ୍ୟା ଙ୍କୁ ମିଶନ ଶକ୍ତି ଦ୍ୱାରା ବ୍ୟାଙ୍କ କରେସ୍ପଣ୍ଡେନ୍ସ ଏଜେଣ୍ଟ ଭାବେ ନିୟୋଜିତ କରାଯାଇଅଛି. ବୌଦ୍ଧ ଜିଲ୍ଲା କୋପରେଟିଭ ବ୍ୟାଙ୍କ ସମ୍ମିଳନୀ କକ୍ଷ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆଇସିଆଇ ବ୍ୟାଙ୍କ ର ଶ୍ରୀ ଭାସ୍କର ଚନ୍ଦ୍ର ସ୍ୱାଇଁ ପ୍ରଶିକ୍ଷଣ ଦେଇଥିଲେ. କୋପରେଟିଭ ବ୍ୟାଙ୍କ ର ସେକ୍ରେଟାରୀ ଶ୍ରୀ ନିରଞ୍ଜନ ପଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସେବାଷ୍ଟିଆନା କୁଜୁର ଓ ଡିପିସି ମିଶନ ଶକ୍ତି ଶ୍ରୀ ଦେବଦତ୍ତ ମିଶ୍ର କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମସ୍ତ ସଦସ୍ୟା ଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ.