-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
08-Sep-2022
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଠାରେ ତିନି ପରିବାରରେ ଏକ ଦୁଃଖ ବିରାଦକ ଘଟଣା ଘଟିଯାଇଛି l ସୂଚନାରୁ ପ୍ରକାଶ ଯେ ଗତକାଲି ସନ୍ଧ୍ୟା ସମୟରେ ଗ୍ରାମ ନିକଟସ୍ଥ
ବନ୍ଧକୁ ଶୌଚ କରିବାକୁ ଯିବା ସମୟରେ ୩ ଜଣ ପ୍ରଶାନ୍ତ ତାଣ୍ଡି (27), କାଁହୁ ମୁଣ୍ଡା (20), ଚନ୍ଦନ ଝାଙ୍କର (12) ବ୍ରଜପାତର ଶିକାର ହେଲେ l ପରିବାର ଲୋକେ ଖବରପାଇ ବନ୍ଧଆଡିରେ
ପଡିରହିଥିବା ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଲେ l ଡାକ୍ତର ଦେଖି 3 ଜଣଙ୍କୁ ମୃତ୍ୟୁ ଘୋଷଣା କଲେ ଓ ଶବକୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପୋଷ୍ଟମୋଟମ ପାଇଁ ପଠାଇଲେ l ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ସରପଞ୍ଚ ନବ କିଶୋର ନାଏକ, ବିଧାୟକ ଡ଼ ମୁକେଶ ମହାଲିଙ୍ଗ ସହ ଏଡିଏମ ଓ ଲୋଇସିଂହା ତହସିଲଦାର ଉପସ୍ଥିତ ଥିଲେ l