-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
08-Sep-2022
ବରଗଡ:- ବରଗଡ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ଥିବା ପୃଷ୍ଟି ପୁର୍ନବାସ କେନ୍ଦ୍ର(ଏନ.ଆର୍.ସି) ଠାରେ ଆଜି ପୋଷଣ ସପ୍ତାହ ପାଳିତ ହୋଇଛି ।ଏଥିରେ ଶିଶୁ ମାନଙ୍କୁ କିପରି ପୋଷଣ ପ୍ରତି ବିଶେଷ ଧ୍ୟାନ ସହ ଯତ୍ନବାନ ହେବେ ତଥା ଶିଶୁ ମାନଙ୍କର ଶାରୀରିକ ତଥା ମାନସିକ ବିକାଶ ପ୍ରସଫୁଟିତ ହେବ ସେଇ ବିଷୟରେ ଉପସ୍ଥିତ ମାଆ ମାନଙ୍କୁ କାଉନସେଲର ଦୁଲଣା ସାହୁ ବିଷଦ ଭାବେ ବୁଝାଇଥିଲେ ।ସୂଚନାଯୋଗ୍ୟ ଯେ,ଏଠାରେ ମୁଖ୍ୟତଃ ଶାରୀରିକ ଦୁର୍ବଳ,କମ ଓଜନ ଥିବା ଶିଶୁ ଙ୍କୁ ମାଆ ସାଙ୍ଗରେ ଦୁଇ ସପ୍ତାହ ଧରି ରଖାଯାଏ ।ଏ ପରିପ୍ରେକ୍ଷୀରେ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରାଷ୍ଟ୍ରିୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଡାକ୍ତର ଲିଙ୍ଗରାଜ ଦାଶ ଙ୍କ ତତ୍ୱାବଧାନରେ ପୃଷ୍ଟି ପୁର୍ନବାସ କେନ୍ଦ୍ର କୁ ମଧ୍ୟ ପଠାଯାଇଛି ।ଫଳତଃ ଶିଶୁ ର ଓଜନ ବୃଦ୍ଧି ତଥା ମାନସିକ ବିକାଶ ରେ ବେଶ ସହାୟକ ହୋଇଥାଏ ।ରାଷ୍ଟ୍ରିୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ମୁଖ୍ୟତଃ ଶିଶୁ ଙ୍କୁ ଚିହ୍ନଟ କରି ଏହି ସ୍ଥାନକୁ ପ୍ରେରଣ କରାଯାଇଥାଏ ।ଶେଷରେ ଶିଶୁ ବିଶେଷଜ୍ଞ ଡାକ୍ତର ଚୂଡ଼ାମଣି ମେହେର ଶିଶୁ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।