-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
31-Aug-2022
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମା କର୍ଲାମୁଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସର ପ୍ରାପ୍ତ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ଆୟୋଜନ କରାଯାଇଥିଲା। ସଂଘ ସଭାପତି ରୋହିତ ରଣା ଙ୍କ ସଭାପତିତ୍ୱ ରେ ସରକାରୀ ଉଚ୍ଚ ବିଦ୍ୟାଳୟ ରିଷିଡା ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟତମା ଜେନା,କର୍ଲାମୁଣ୍ଡା ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ,ସଂଘ ସମ୍ପାଦକ ସୁଦର୍ଶନ ସାହୁ ପ୍ରମୁଖ ଯୋଗ ଦେଇ ତ୍ରିପାଠୀ ଙ୍କ ସାଙ୍ଗଠନିକ ଦକ୍ଷତା ଓ କର୍ତ୍ତବ୍ୟ ନିଷ୍ଠା କୁ ପ୍ରଶଂସା କରିବା ସହ ସମ୍ବର୍ଦ୍ଧନା ଜଣାଇଥିଲେ।ଏଥିରେ ଶିକ୍ଷକ ଦୁର୍ଗା ପ୍ରସାଦ ସାହୁ ସଂଯୋଜନା କରିଥିବା ବେଳେ ଉଜ୍ଜ୍ୱଳ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ପ୍ରସନ୍ନ କୁମାର ସାହୁ, ତରୁଣ ଜାନୀ,ଦୁଷ୍ମନ୍ତ ଲେଙ୍କା,ସଞ୍ଜୟ ଦାସ,ମନୋଜ କୁମାର ମିଶ୍ର, ବିଭୁତି ସେଠ,ବାବୁଲି ପରିଡା, ସୌଭାଗ୍ୟ ସାହୁ,କ୍ଷୀର ସାଗର ସାହୁ,ଏଇଶ୍ଚର୍ୟ୍ଯ ସାହୁ,ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରକାଶ ଥାଉ କି ଶ୍ରୀ ତ୍ରିପାଠୀ ଦୀର୍ଘ ୨୫ ବର୍ଷ ଧରି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଥିଲେ।