-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
28-Aug-2022
ବୀରମହାରାଜପୁର(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଅହିଂସା ରଥକୁ ସ୍ବାଗତ କରାଯାଇଛି। ପ୍ରଥମେ ଏହି ରଥ ସହିଦ ବିଭୀଷଣ ସାହୁଙ୍କ ଗାଁ ବୀରମହାରାଜପୁର ବ୍ଳକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ପଣ୍ଡିଆପାଲି ଗ୍ରାମରେ ପହିଞ୍ଚିଥିଲା। ଗ୍ରାମରେ ଅହିଂସା ରଥକୁ ବିଭିନ୍ନ ସ୍ଵୟଂ
ସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ସ୍ବାଗତ କରିଥିଲେ। ଏହି ଅବସରରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ
ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ, ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲା ସୁଲିଆ, ସାମାଜିକ କର୍ମୀ ମୀନକେତନ ମହାକୁର, ସହକାରୀ ଯନ୍ତ୍ରୀ ବିନିତ ଲାକ୍ରା ପ୍ରମୁଖ ଅତିଥିଗଣ ଯୋଗଦେଇ ଥିଲେ l ଏହି ଅବସରରେ ଅତିଥି ମାନେ ସହିଦ ବିଭୀଷଣ ସାହୁ ଓ ମହାତ୍ମାଗାନ୍ଧୀ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନ ସ୍କୃତି ଚାରଣ କରିଥିଲେ। ଏହି ଅବସରରେ ସହିଦ୍ ବିଭୀଷଣ ସାହୁଙ୍କ ପିତା ମାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।