-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
28-Aug-2022
ସୁବର୍ଣ୍ଣପୁର:: ବରିଷ୍ଟ ସାମ୍ବାଦିକ ରବୀନ୍ଦ୍ର ହୋତାଂକ ମାତୃ ବିୟୋଗ ହୋଇଛି । ଅମୁଲ୍ୟମଣୀ ରାଣୀପୁର ଗାଁର ସାନ ଗୌନ୍ତିଆଣି କାମିନୀ ହୋତାଂକ ୮୧ ବର୍ଷ ବୟଷରେ ରବିବାର ତାଂକ ଅମୁଲ୍ୟମଣୀ ରାଣୀପୁରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ମଝିଆ ପୁଅ ରାଜେଶ, ସାନପୁଅ ରବୀନ୍ଦ୍ର,ବୋହୁ ଅରୁଣା,ମମତା,ନମିତା, ଝିଅ ରଂଜିତା,ରତ୍ନ,ରଜନିଶ,ଜ୍ବାଇଁ ବୃନ୍ଦାବନ,ଦେବେନ୍ଦ୍ର,ସୁନିଲ,ନାତି ସୁମିତ,ଏହେସାସ,ଅନ୍ବେଶ,ନତୁଣି ହେନା ଏବଂ ପୁତୁରା ପ୍ରଫୁଲ୍ଲ ଓ ପ୍ରକାଶ ଉପସ୍ଥିତ ଥିଲେ । ହରିହର ଯୋର ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ମଝିଆ ପୁଅ ରାଜେଶ ମୁଖାଗ୍ନି ଦେଇଥିଲେ । କାମିନୀ ହୋତା ଜଣେ ସରଳ ଓ ଧର୍ମପରାୟଣ ମହିଳା ଥିଲେ । ତାଂକ ବିୟୋଗରେ ଆଜି ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।