-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
28-Aug-2022
ବଲାଙ୍ଗିର (ପ୍ରେରଣା ଖବର) ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଆଜି ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ପଥର ଚେପା ପାର୍ବତି ଗିରି ବାଳନିକେତନର ପ୍ରାୟ ୪ଠଜଣ ଛାତ୍ରଛାତ୍ରୀ ମାନେ ନିଜ ଅନାଥାଶ୍ରମରୁ ଚାରିକାନ୍ଥ ରୁ ବାହାରି ବାହାର ବାତାବରଣ ରେ କିଛି ସମୟ କଟାଇଥିଲେ । ବାଲ ନିକେତନର କାଉନସେଲର ପଲ୍ଲିଶ୍ରୀ ଦାଶଙ୍କ ତତ୍ତ୍ୱାବଧାନରେ ପ୍ରଥମେ ଏହି ଛାତ୍ରଛାତ୍ରୀ ମାନେ ବଲାଙ୍ଗୀର ସଦର ଥାନା ପରିଭ୍ରମଣରେ ଯାଇ ଥାନାର ପରିବେଶ, ପୋଲିସ ବାବୁ ମାନଙ୍କ କାର୍ଯ୍ୟଶୈଳୀ ଓ ଦାୟିତ୍ୱ ବିଷୟରେ ଅବଗତ ହୋଇଥିଲେ । ସଦରଥାନାରେ କାର୍ଯ୍ୟରତ ଆଇଆଇସି ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଚକଲେଟ ବଂଟନ କରି ବେଶ ଉତ୍ସାହିତ କରିଥିବା ଦେଖାଯାଇଥିଲା । ପରେ ଛାତ୍ରଛାତ୍ରୀ ମାନେ ଗାର୍ମେଣ୍ଟ ସୋରୁମ ରୁପ ଗେଲେକ୍ସି କୁ ଯାଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ପରିଚାଳିକା ଛୋଟ ଛୋଟ ପିଲା ମାନଙ୍କ ପାଇଁ ନୂଆଁଖାଇ ଓ ଗଣେଶ ପୂଜା ଉପଲକ୍ଷେ ନୂଆଁ ଜାମା କିଣିଥିଲେ । ବାଳନିକେତନର ଛାତ୍ରଛାତ୍ରୀ ମାନେ ବାହ୍ୟ ପରିବେଶରୁ ଶିକ୍ଷାଲାଭ କରିବା ଓ ଛାତ୍ରଛାତ୍ରୀ ଙ୍କ ଅନ୍ତନିର୍ହିତ ପ୍ରତିଭାକୁ ବିକଶିତ କରିବା ଆମର ଲକ୍ଷ ଏବଂ ଆଜିର ଏହି କାର୍ଯ୍ୟକ୍ରମକୁ ବାଳନିକେତନର ଅନ୍ତେବାସୀ ମାନେ ବେଶ ଉପଭୋଗ କରିଥିଲେ ବୋଲି ବାଳନିକେତନର ପରିଚାଳକ ମାନେ ମତ ଦେଇଛନ୍ତି ।