-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
28-Aug-2022
ବଲାଙ୍ଗୀର(ପ୍ରେରଣା ଖବର)-ଆଜି ସକାଳୁ ବଲାଙ୍ଗୀର ମାରୱାଡି ଯୁବା ମଂଚ ବଲାଙ୍ଗୀର ଶାଖା ପକ୍ଷରୁ ସହରରେ ଏକ ସାଇକେଲ ରେଲି ଅନୁଷ୍ଠିତ ହୋଇଥିଲା । ଆଜିର ଏହି ଧାଁ ଦୌଡ ଦୁନିଆରେ ଶରୀରକୁ ଫିଟ୍ ରଖିବା ଓ ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ସଇକେଲିଂ କରିବା ଆବଶ୍ୟକ ଅଟେ । ‘ସ୍ୱାସ୍ଥ୍ୟ ହିଁ ସଂପଦ’ ଏହି ବାର୍ତ୍ତାକୁ ଲୋକଙ୍କ ପାଖରେ ପହଂଚାଇବାର ଲକ୍ଷ ନେଇ ମାରୱାଡି ଯୁବା ମଂଚ ପକ୍ଷରୁ ଏହି ସାଇକେଲ ରେଲି ଆୟୋଜିତ କରାଯାଉଛି ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଓ ଏଥିରେ ମାରୱାଡି ସମାଜର ବହୁ ସ୍ୱେଚ୍ଛାସେବୀ ଓ ସଦସ୍ୟ ମାନେ ମାନେ ଯୋଗ ଦେଇ ସାଇକେଲ ରେଲିରେ ସହର ପରିକ୍ରମା କରିଥିଲେ । ଏହି ସାକେଲ ରେଲି ଗାନ୍ଧି ନଗର ପଡା ଷ୍ଟେଡିିୟମରୁ ଆରମ୍ଭ ହୋଇ ବଲାଙ୍ଗୀର ସହରର ମଧ୍ୟରେ ୯ କିଲୋମିଟର ଅତିକ୍ରମ କରିଥିଲା । ଆଜି ସାରା ଭାରତରେ ମାରୱାଡି ଯୁବା ମଂଚ ର ମୋଟ ୪୫ଠ ଶାଖା ଏହପରି ସାଉକେଲ ରେଲିର ଆୟୋଜନ କରାଯାଇଥିବା ମାରୱାଡି ଯୁବା ମଂଚ ର ମୁକେଶ ଅଗ୍ରୱାଲ ସୂଚନା ଦେଇଛନ୍ତି ।