-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
28-Aug-2022
ବୌଦ୍ଧ / ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥଦ୍ବୟକୁ ଦ୍ଵିତୀୟ ଦିବସରେ ଉଭୟ ଅହିଂସା ରଥ ୧ ଓ ୨ ବୌଦ୍ଧ ପଂଚାୟତ ସମିତି କାର୍ଯ୍ୟାଳୟରୁ ଆଜି ବାହାରି ଅହିଂସା ରଥ -୧ ମନମୁଣ୍ଡା, ୫-T ବିଦ୍ୟାଳୟ, ମିଳିତ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ, ପଳସାଗୋରା, କଣ୍ଟାମାଲ ପଂଚାୟତ ସମିତି କାର୍ଯ୍ୟାଳୟ ପରିସର, ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟ, ଘଣ୍ଟାପଡା, ଉଚ୍ଚ ବିଦ୍ୟାଳୟ, ଆମ୍ବଗାଁ ଏବଂ ଆଦିବାସୀ ଉଚ୍ଚ ବିଦ୍ୟାଳୟ ନୂଆପାଲି ଅଭିମୁଖେ ଯାତ୍ରା କରିଥିଲା l ରୁଟ ଚାର୍ଟ ଆନୁଯାୟୀ
ଉକ୍ତ ସ୍ଥାନ ଗୁଡିକରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ଅଧ୍ଯକ୍ଷ ଜିଲ୍ଲାପରିଷଦ ମଧ୍ୟ ଯୋଗଦାନ ପୂର୍ବକ ସାଦର ସ୍ୱାଗତ ସହ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଏବଂ ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଂଚାୟତ ରାଜ ଅନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ ଗୁଡିକ, ସାମାଜିକ ଅନୁଷ୍ଠାନ, ଜନପ୍ରତିନିଧି, ଜିଲ୍ଲାପରିଷଦ ଉପାଧକ୍ଷ ଶଙ୍କର୍ଷଣ ପ୍ରଧାନ, ବିଡ଼ିଓ କଣ୍ଟାମାଲ କଳାକୃଷ୍ଣ ପ୍ରଧାନ, ଏବିଡ଼ିଓ, ବ୍ଲକ ଚେୟାରମେନ ସସ୍ମିତା ସେନାପତି, ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଲୟା ପ୍ରଧାନ, ବ୍ଲକ ଉପାଧକ୍ଷ ମହିନ୍ଦ୍ର ରଣା, ସିଡିପିଓ ଜୋସ୍ନାରାଣୀ ପାଢ଼ୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିବାବେଲେ ଏହି କାର୍ଯ୍ୟକ୍ରମ ଗୁଡିକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବାଲିଆରସିଂହ ଓ ଜିଲ୍ଲା କଲା ସଂସ୍କୃତି ସଂଘର ଉପସଭାପତି ଦିବ୍ୟସଙ୍କର ରାଉତ ପରିଚାଳନା କରିଥିଲେ l ଏବଂ ବ୍ଲକ ର କର୍ମଚାରି ଆଦି ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ପୂର୍ବକ ଦେଶତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଦେଶଭକ୍ତି ଚଳଚିତ୍ର ପରିବେଷଣ କରାଯାଇଥିଲା l ଦ୍ଵିତୀୟ ରଥଟି ଏବିଡ଼ିଓ, ବୌଦ୍ଧ ପ୍ରମୋଦ କୁମାର ମିଶ୍ର ଏବଂ ଜିଲ୍ଲା ସଂଯୋୟକ ବସନ୍ତ କୁମାର ସାହୁଙ୍କ ତତ୍ୱାବଧାନରେ ବନପାଳି ଭାରତ ମାତା ମନ୍ଦିରରେ ପହଂଚି ଆୟୋଜିତ ସଭାରେ ପାଞ୍ଚଟି ସ୍ବାଧୀନତା ସଂଗ୍ରାମୀ ପରିବାରକୁ ସମର୍ଦ୍ଧିତ କରାଯାଇଥିଲା l ତଥ୍ ପରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଉଁଶୁଣି, ମହାବିଦ୍ୟାଳୟ ବାଉଁ ଶୁଣି, ଦହ୍ୟା ଉଚ୍ଚ ବିଦ୍ୟାଳୟ, ଦହ୍ୟା ଆଦି ଠାରେ ସଂକୀର୍ତ୍ତନ୍ୟ, ମଟର ସାଇକେଲ ରାଲୀ, ଘୋଷ ବାଦନ ପୂର୍ବକ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା l
ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସମ୍ପୃକ୍ତ ସରପଞ୍ଚ, ସମିତି ସଭ୍ୟ, ଏସ ଏଚ ଜି ଗ୍ରୁପ ସାମାଜିକ କର୍ମୀ, ସାମ୍ବାଦିକ ପ୍ରମୁଖଙ୍କ ଯୋଗଦାନ ଓ ବହୁ ସଂଖ୍ୟକ ଜନସାଧାରଣ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ସକାଳ ୯.୪୫ ମି. ସମୟରେ କଣ୍ଟାମାଲ ବି. ଡ଼ି. ଓ. କଳାକୃଷ୍ଣ ପ୍ରଧାନ ଏବଂ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସୁବର୍ଣ୍ଣପୁର ଟାଉନ ହଲ ଠାରେ ପହଂଚି ଦୁଇ ରଥକୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଅଶ୍ୱିନୀ କୁମାର ଭୋଇଙ୍କୁ ହସ୍ତାନ୍ତର କରି ଫେରିଥିଲେ l