-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
24-Aug-2022
ବଲାଙ୍ଗୀର ସହରର ପ୍ରମୁଖ ଦେବୀ ପୀଠ ପାଟଣେଶ୍ୱରୀ ମନ୍ଦିରକୁ ଆଜି ପରିଦର୍ଶନରେ ଯାଇଥିଲେ ରାଜ୍ୟସଭା ସାଂସଦ ନିରଂଜନ ବିଶି । କିଛି ଦିନ ତଳେ ବର୍ଷା ହେବାରୁ ରାସ୍ତାର ପାଣି ପାଟଣେଶ୍ୱରୀ ମନ୍ଦିରକୁ ପ୍ରବେଶ କରିଥିଲା । ମନ୍ଦିରର ମରାମତି ପାଇଁ ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ ନେତୃବୃନ୍ଦ ଙ୍କୁ ଅନୁରୋଧ କରାଯାଇଥିବା ବେଳେ ଏହାର କୌଣସି ଅଗ୍ରଗତି ହୋଇ ନାହିଁ । ଆଜି ରାଜ୍ୟସଭା ସାଂସଦ ଶ୍ରୀ ବିଶି ଙ୍କ ମନ୍ଦିର ପରିଦର୍ଶନ ସମୟରେ ଏହି ସବୁ ସମସ୍ୟା ଉପରେ ଦୃଷ୍ଟିଆକର୍ଷଣ କରାଯାଇଥିଲା । ସାଂସଦ ଶ୍ରୀ ବିଶି ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ । ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ସରକାରୀ ଅମୁଦାନ ପ୍ରଦାନ ପାଇଁ ଶ୍ରୀ ବିଶି ଙ୍କୁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ମନ୍ଦିର ଉନ୍ନତି ପାଇଁ ରାଜ୍ୟ ସଭା ପାଣ୍ଟି ରୁ ଯାହା ଆବଶ୍ୟକ ତାହା ଦେବା ପାଇଁ ସାଂସଦ ଶ୍ରୀ ବିଶି ପ୍ରତିଶୃତି ଦେଇଛନ୍ତି ।