-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
23-Aug-2022
ଗଞ୍ଜାମ ଜିଲ୍ଲା କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ସହିତ ମହାବିଦ୍ୟାଳୟ ର ଭିତିଭୂମି ଉନ୍ନତି କରଣ ପାଇଁ ଅଣ୍ଟାଭିଡ଼ିଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ l ମହାବିଦ୍ୟାଳୟ ରେ ଲାଗିରହିଥିବା ଶ୍ରେଣୀ ଗୃହ ଓ ବାଉଣ୍ଡ୍ରିୱାଲ ସମସ୍ୟା କୁ ସମାଧାନ କରିବା ଉଦେଶ୍ୟ ନେଇ ବିଧାୟିକା ନିଜ ହାତ ପାଣ୍ଠିରୁ ପଞ୍ଚସଠି ଲକ୍ଷ ଟଙ୍କା ବ୍ୟୟରେ ଏହି ସବୁ ଉନ୍ନୟନ ମୂଳକ କାର୍ଯ୍ୟ ହେବାକୁ ଯାଉଥିବା ବେଳେ ବିଧାୟିକା ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ଏହି
ଅବସରରେ କୋଦଳା ଏନଏସି ର ଅନେକ କାଉସିଲର, ବୁଦ୍ଧିଜୀବୀ, ବେଗୁନିଆପଡା ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ,ସମିତିସଭ୍ୟ, ଅଞ୍ଚଳର ଛାମୁଆ ନେତା ଚତ୍ରସେନ ପରିଡା, ପ୍ରମୋଦ ପଣ୍ଡା,ବହୁ ଆଗଧାଡିର ନେତା କର୍ମୀ ଙ୍କ ସମେତ କଲେଜ ର ଅଧ୍ୟକ୍ଷ, କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ବିଧାୟିକା ମହାବିଦ୍ୟାଳୟ ର ଉନ୍ନତି କରଣ ଲାଗି ନେଇ ଥିବା ପଦକ୍ଷେପକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି l
(ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ)