-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
23-Aug-2022
ବରଗଡ଼:ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡିଧରା ଗ୍ରାମପଞ୍ଚାୟତ ପରିସରରେ ଝାରବନ୍ଧ ବ୍ଲକ ବିନ୍ଝାଲ ସମାଜ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବରଗଡ଼ ଜିଲ୍ଲା ଦାୟିତ୍ଵ ନିର୍ବାହ କରି ଆସୁଥିବା ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀମାନ ଗୌରହରି ମିଶ୍ର ଯୋଗଦାନ ପୂର୍ବକ ରକ୍ତଦାନ ର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ପଦ୍ମପୁର ବିଧାୟକ ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହା ଙ୍କ ସୁପୁତ୍ର, ଉଦୀୟମାନ ଯୁବ ସଂଗଠକ ଶ୍ରୀ ଭୋଜରାଜ ସିଂ ବରିହା ଏହି ମହାନ କାର୍ଯ୍ୟକ୍ରମ ରେ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଆଜିକାର ସମୟରେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦୂରଦୃଷ୍ଟି ରେ ଜନସାଧାରଣ ପାଇଁ ଉତ୍ସର୍ଗୀକୃତ ଓଡ଼ିଶା ମୋ ପରିବାର ଅନେକ ଧନଜୀବନ ବଂଚାଇବାରେ ସହାୟ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଝାରବନ୍ଧ ବ୍ଲକ ବିନଝାଲ ସମାଜ ର ଲାଟ-ସଭାପତି ହୃଷିକେଶ ବରିହା, ସମ୍ପାଦକ ଆଶାରାମ ବରିହା,ଲଉଡିଦର୍ହା ସରପଞ୍ଚ ଶ୍ରୀମତୀ ପଦ୍ମା ସତନାମୀ, ଅକ୍ଷୟ ଭୂଏ, ରାଜକୁମାର ବୁଡେକ, ଅରୁଣ ଭୂଏ,ଐପ୍ରାଣ ବରିହା ପ୍ରମୁଖ ଙ୍କ ସହଯୋଗ ଏବଂ ଉପସ୍ଥିତ ରେ ସମୁଦାୟ ୨୦ ୟୁନିଟ ବ୍ଳଡ ସଂଗ୍ରହ କରାଯାଇଥିଲା । ପଦ୍ମପୁର ସ୍ଥିତ ସରକାରୀ ରକ୍ତ ଭଣ୍ଡାର ରେ କାର୍ଯ୍ୟରତ କର୍ମଚାରୀ ଙ୍କ ସହଯୋଗ କୁ ଭୂୟସୀ ପ୍ରଶଂସା କରାଯାଉଛି।