-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
23-Aug-2022
ପାଟଣାଗଡ଼(ସଚିଦାନନ୍ଦ ମହାକୁଡ) - ଅପହଂଚ ଇଲାକାର ଲୋକମାନେ କିପରି ସହଜରେ ସରକାରୀ ସୁବିଧା ସୁଯୋଗ ପାଇ ପାରିବେ ସେନେଇ ପ୍ରଶାସନ ପକ୍ଷରୁ ପାଟଣାଗଡ ବ୍ଲକ କେନ୍ଦୁମୁଣ୍ଡି ଗାଁରେ ଏକ ସମନ୍ୱୟ ଶିବିର ଅନୁଷ୍ଠିତ ହୋଇଯାଇିଛି । ଏହି ଶିବିରରେ ସ୍ୱାସ୍ଥ୍ୟ, ମିଶନ ଶକ୍ତି, ସମନ୍ୱୟ ଶିଶୁ ବିକାଶ, ଶ୍ରମ, କୃଷି ବିଭାଗ, ତହସିଲ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ଲୋକମାନଙ୍କୁ ସେବାଗୁଡିକ ପ୍ରଦାନ କରିଥିଲେ । ପରେ ନିଜେ ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଜିଲ୍ଲା ଆରକ୍ଷୀ ଅଧିକାରୀ ନିତିନ କୁଶଳକର ଏହି ଶିବିରରେ ଯୋଗଦାନ କରି ଲୋକମାନଙ୍କ ସମସ୍ୟା ପଚାରି ବୁଝିଥିବା ସହ ଶିବିରରେ ପ୍ରର୍ଦଶିତ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ । ଆୟୋଜିତ ଶିବିରରେ ଶ୍ରମ ବିଭାଗ ପକ୍ଷରୁ ହିତାଧିକାରୀମାନଙ୍କୁ ଜିଲ୍ଲାପାଳ ଲେବର କାର୍ଡ ବଣ୍ଟନ କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଅଧିକ ଋଣ ମିଳିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟପଟେ ଜିଲ୍ଲାପାଳ ଚଞ୍ଚଳ ରାଣା
ଏହି ଶିବିର ଦ୍ୱାରା ଅଞ୍ଚଳର ଅନେକ ଲୋକ ବିଭିନ୍ନ ସରକାରୀ ସେବାର ଲାଭ ପାଇବା ସହ ଏହାଦ୍ୱାରା ପ୍ରଶାସନ ଏବଂ ସ୍ଥାନୀୟ ଲୋକଙ୍କ ମାଧ୍ୟରେ ଭଳ ସମ୍ପର୍କ ସ୍ଥାପନ ହେବ ବୋଲି ଜିଲ୍ଲାପାଲ ଚଞ୍ଚଳ ରାଣା କହିଛନ୍ତି । ପରେ ଜିଲ୍ଲାପାଳ ଛତୁଆ ପ୍ରସ୍ତୁତ କେନ୍ଦ୍ରକୁ ବୁଲି ଦେଖିଥିବା ବେଳେ ପାଟଣାଗଡ଼ ଉପଖଣ୍ଡ ଏସଏଜି ଗ୍ରୃପ ସଦସ୍ୟା, ଆଶା, ଅଙ୍ଗନୱାଡି, ଜନ ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।