-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
22-Aug-2022
ଲୋଇସିଂହା, (ବିନୋଦ କୁମାର ଦୀପ) ସୂଚନାରୁ ପ୍ରକାଶ ଯେ ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡl ଗ୍ରାମରେ ଜଣେ ୯ ବର୍ଷୀୟା ନାବାଳିକାକୁ ଅସଦାଚରଣ ଘଟଣାରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି l ଥାନା କେସ୍ ନଂ-୨୬୭/୩୫୪-ଏ, ୩୫୪ ଆଇପିସି ଆଧାରରେ ପୋକସୋ ଆକ୍ଟରେ ଅଭିଯୁକ୍ତ ସୁବାସ ଚନ୍ଦ୍ର ସାହୁକୁ ଲୋଇସିଂହା ପୋଲିସ ଗିରଫ କରି ବଲାଂଗୀର ସ୍ପେଶାଲ କୋର୍ଟରେ ହାଜର କରିଥିବା ଜଣାଯାଇଛି l ଲୋଇସିଂହା ଥାନାରୁ ପ୍ରାପ୍ତ ସୂଚନା ମତେ, ପିଡିତା ନାବାଳିକା ସବୁଦିନ ଅଭିଯୁକ୍ତର ଘରକୁ କ୍ଷୀର ଆଣିବାକୁ ଯାଇଥିବା ବେଳେ ସୋମବାର ସକାଳେ ମଧ୍ୟ କ୍ଷୀର ପାଇଁ ଯାଇଥିଲା l ସେହି ସମୟରେ ଅଭିଯୁକ୍ତ ସୁବାସ ପିଡିତାର ଓଠରେ ଚୁମା ଦେବା ସହିତ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲା l ଘରକୁ ଫେରି ନାବାଳିକା ନିଜ ପରିବାର ଲୋକଙ୍କୁ ସବୁକଥା କହିବା ପରେ ପିଡିତାଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ l ପୋଲିସ ଏହି ଘଟଣାରେ ତଦନ୍ତ କରି ଅଭିଯୁକ୍ତ ସୁବାସକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି l