-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
22-Aug-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଆତ୍ମା କାର୍ଯ୍ୟାଳୟ ଠାରେ ଆତ୍ମା ପକ୍ଷରୁ ସୋମବାର ବ୍ଲକ କୃଷକ ଉପଦେଷ୍ଟା କମିଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବ୍ଲକ କୃଷି ଅଧିକାରୀ ବାସୁଦେବ ଶତପଥୀ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ,ସହକାରୀ ଉଦ୍ୟାନ କୃଷି ଅଧିକାରୀ ଚିତ୍ତ ରଞ୍ଜନମଲ୍ଲିକ,ଭାରପ୍ରାପ୍ତ ସହକାରୀ କୃଷି ଅଧିକାରୀ ଅରୁଣ ଚନ୍ଦ୍ର ପାଢ଼ୀ,ମୃତ୍ତିକା ସରକ୍ଷଣ ବିଭାଗର ପ୍ରକଳ୍ପ ସହାୟକ ବିଜୟ କୁମାର ମିଶ୍ର, କର୍ଲାମୁଣ୍ଡା ମିଲେଟମିଶନ ପ୍ରକଳ୍ପ କାର୍ଯକାରୀ ଅନୁଷ୍ଠାନ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ର ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ ସରକାର ଙ୍କ ଦ୍ଵାରା କୃଷକମାନଙ୍କ ନିମନ୍ତେ ଥିବା ବିଭିନ୍ନ ଯୋଜନା ତଥା କୃଷକ ଓଡିଶା ଆପ ରେ ପଞ୍ଜିକରଣ କରିବା ପାଇଁ ଚାଷୀ ମାନଙ୍କୁ ସଚେତନ କରିବା କୁ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏଟିଏମ ଶ୍ୟାମପଦଭଞ୍ଜ ଆତ୍ମା ପକ୍ଷରୁ ଆସିଥିବା ଅନୁଦାନ ରାଶିର ଖର୍ଚ୍ଚ ପାଇଁ ଯୋଜନା ଉପସ୍ଥାପନ କରିଥିଲେ।ଏଥିରେ ଏଟିଏମ ମିଳନ କୁମାର ଗୋଛାୟତ,ଓଁମ ପ୍ରକାଶ ମିଶ୍ର ସହଯୋଗ କରିଥିବା ବେଳେ ଉପଦେଷ୍ଟା କମିଟିର ସଭ୍ୟ ନନ୍ଦି କିଶୋର ଭୋଇ, ଦୟା ସାଗର ମାଝୀ, ଚନ୍ଦ୍ର ଭାନୁ ସାହୁ, ପ୍ରମୋଦ ସାହୁ, ବଳଦେବ ଭୋଇ ଙ୍କ ସମେତ ସମସ୍ତ ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ।