-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
22-Aug-2022
ବଲାଙ୍ଗିର,(ପ୍ରେରଣା ଖବର) ରବିବାର ରାତିରେ ହୋଟେଲ ବ୍ୟବସାୟୀ ଇଶ୍ୱର ଚନ୍ଦ୍ର ଶର୍ମାଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ଶର୍ମା ସହରର ଏଡିବି ବ୍ୟାଙ୍କ ନିକଟସ୍ଥ ଜଣା ଶୁଣା ଶର୍ମା ହୋଟେଲ ମାଲିକ ଥିଲେ । ବିଗତ କିଛି ସମୟ ହେବ ସେ ଶଯ୍ୟାଶାୟୀ ଥିବା ବେଳେ ଗତ କାଲି ଭୀମ ଭୋଇ ମେଡିକାଲରେ ତାଙ୍କର ପରଲୋକ ହୋଇ ଯାଇଥିଲା । ମୃତ୍ୟୁ ସମୟରେ ତାଙ୍କୁ ୭୪ ବର୍ଷ ହେଉଥିବା ବେଳେ ଅନ୍ତିମ ସମୟରେ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ତେଲିଗୋଠ ପଡା ବାସ ଭବନକୁ ନିଆଯାଇଥିଲା । ଆଜି ବୁଭୁତି ପଡା ଶ୍ମସାନରେ ତାଙ୍କର ଶେଷ କ୍ରିୟା ସମ୍ପର୍ଣ୍ଣ କରାଯାଇଥିଲା । ସ୍ୱର୍ଗତ ଶର୍ମାଙ୍କ ବଡ ପୁଅ ସତିଶ ଶର୍ମା ମୁଖାଗ୍ନି ଦେଇଥିଲେ । ବନ୍ଧୁବର୍ଗଙ୍କ ସହିତ ଶତାଧିକ ବ୍ୟବସାୟୀ ଅନ୍ତିମ ଦର୍ଶନ କରିଥିଲେ । ପ୍ରକାଶ ଯେ, ସେ ବଲାଙ୍ଗିର ସାଂସଦ ନୋମିନି ଦୀନେଶ ଶର୍ମାଙ୍କ ଜ୍ୟେଷ୍ଠ ପିତା ଥିଲେ ।