-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
22-Aug-2022
ବରଗଡ: ଆଜି ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ଏସ.ଏଚ.ଜି ଭବନ ଠାରେ ବିଜେପୁର ଅଞ୍ଚଳ ର ହୃଦୟ ଦିବଙ୍ଗତ ନେତା ସ୍ୱର୍ଗତ ସୁବଳ ସାହୁ ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଉଦ୍ଦେଶ୍ୟରେ ଓ ବିଜୁଜନତା ଦଳ ର ୨୫ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଶାନଦାର ଭାବେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମାନ୍ୟବର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ,ବିଜେଡି ବରଗଡ଼ ଜିଲ୍ଲା ମହିଳା ସଭାପତି ନୀଲକୁମାରୀ ନାଏକ, ବିଜେପୁର ବ୍ଳକ ଚେୟାରମେନ ମୋତିରାମ ସାହୁ ଅତିଥି ଭାବେ ଯୋଗଦାନ କରିଥିଲେ । ଏଠାରେ ଉଲ୍ଲେଖନୀୟ ଏହି ଯେ, ହୃଦୟ ଭିତରେ ବସାବାନ୍ଧି ରହିଥିବା ସ୍ୱର୍ଗତ ସାହୁ ଙ୍କ ସୁବଲ ସେନା ଏବଂ ଓଡ଼ିଶା ମୋ ପରିବାର ର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ସଂଯୋଜକ ଗୈାରହରି ମିଶ୍ର ଙ୍କ ଆକ୍ରାନ୍ତ ଉଦ୍ୟମ ରେ ଏହି ରକ୍ତଦାନ ଶିବିରରେ ୧୦୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇପାରିଥିଲା । ସ୍ୱତଃ ପ୍ରବୃତ ଭାବେ ଆଗ୍ରହ ର ସହିତ ମହିଳା ପୁରୁଷ ଜୀବନଦାନ କରିବା ଆଶାରେ ରକ୍ତଦାନ କରିବାକୁ ଧାଇଁ ଆସିଥିଲେ।ଏ ଭଳି ରେକର୍ଡ କାର୍ଯ୍ୟକ୍ରମ ବୋଧହୁଏ ଓଡିଶାରେ କେବେ ହୋଇନଥିବ ବୋଲି ଏଠାକାର ସଚେତନ ନାଗରିକ ମାନେ କୁହାକୁହି ହେଉଥିବା ଲକ୍ଷ କରାଯାଉଛି।ଏଠାକୁ ରାଉରକେଲା ର ବ୍ଳଡ ବ୍ୟାଙ୍କ କୁ ୩୦୧ ୟୁନିଟ,ବୁର୍ଲା ବ୍ଳଡ ବ୍ୟାଙ୍କ କୁ ୩୭୪,ବରଗଡ କୁ୨୪୧, ପଦ୍ମପୁର କୁ ୧୦୦ ଏବଂ ବଲାଙ୍ଗିର କୁ ୪୦ ୟୁନିଟ ବ୍ଳଡ ଅସହାୟ ଲୋକଙ୍କ ସେବାପାଇଁ ସମର୍ପିତ କରାଯାଇଛି।