-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
22-Aug-2022
ପାଟଣାଗଡ(ସଚ୍ଚିଦାନନ୍ଦ ମହାକୁଡ) -ପାଟଣାଡ ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି ଯୁଗ୍ମଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହି ଅଧିକାରୀ, ଜିଲ୍ଲା ପରିଷଦ ସୁଶାନ୍ତ କୁମାର ସିଂ , ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ପାଟଣାଗଡ ଵିଡିଓ,ତସିଲଦାରଙ୍କ ସମେତ ବ୍ଲକସ୍ତରୀୟ ଅଧିକାରୀ, ଉପସ୍ଥିତ ଥିଲେ ! ଏହି ଯୁଗ୍ମଜନ ଶୁଣାଣି କାର୍ଯ୍ୟକ୍ରମରେ ଅଞ୍ଚଳର ୮୫ ଜଣ ଅଭିଯୋଗକାରୀ ଦରଖାସ୍ତ ଦାଖଲ କରିଥିଲେ ! ୭୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ମୂଳକ ଦରଖାସ୍ତ ହୋଇଥିବାବେଳେ ଅବଶିଷ୍ଟ ୧୩ ଗୋଟି
ଗ୍ରାମ୍ୟସମସ୍ୟା ମୁଳକ ସାମୁହିକ ଦରଖାସ୍ତ ଦାଖଲ ହୋଇଛି ! ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କ ସମସ୍ୟା ଗୁଡିକ ସମାଧାନ କରିଥିଲେ ! ୧୮ ଗୋଟି ଅଭିଯୋଗ ଦରଖାସ୍ତ ର ତତ୍ କ୍ଷଣାତ ସମାଧାନ କରିଯାଇଥିଵାଵେଲେ ଅବଶିଷ୍ଟ ଦରଖାସ୍ତ ଗୁଡ଼ିକର ତୁରନ୍ତ ସମାଧାନ ସଂପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଳା ! ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଯୋଜନା ଜରିଆରେ ବିଭିନ୍ନ ସହାୟତା ଓ ଉପକରଣ ପ୍ରଦାନ କରାଯାଇଥିଲା ! ସେହିପରି ଚିକିତ୍ସା ସହାୟତା ବାବଦରେ ଵୁଇଵାହାଲ ,ସମରସିଂହା ଗ୍ରାମର ଵଳ୍କଭି ଛୁରା ଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ତେଣ୍ଡାପଦର ଗ୍ରାମର ସଜିଂଵ କୁମାର ନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଳିଫ ପାଣ୍ଠିରୁ ୨୦ ହଜାର ଟଙ୍କା ଚେକ ପ୍ରଦାନ କରାଯାଇଥିଲା !