-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
22-Aug-2022
ବଲାଙ୍ଗୀର(ପ୍ରେରଣା ଖବର) ଭାରତୀୟ ଜନତା ପାର୍ଟି ର ଜଣେ ଉଦୀୟମାନ ଯୁବନେତା ଭାବରେ ନିଜର ଏକ ପରିଚୟ ସୃଷ୍ଟି କରିଥିବା ସୁରଜ ଗୁରୁ ଙ୍କ ଗତକାଲ ରାତିରେପରଲୋକ ହୋଇଯାଇଛି । ଶ୍ରୀ ଗୁରୁଙ୍କ ଅକାଳ ବିୟୋଗରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ଯାଦବ ଭନବ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଶ୍ରୀ ଗୁରୁ ଙ୍କ ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଭା ପ୍ରାରମ୍ଭରେ ସ୍ୱର୍ଗତ ଗୁରୁ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ବଲାଙ୍ଗୀର ବିଜେପିର ସମସ୍ତ ସଭ୍ୟ/ସଭ୍ୟା ଓ କର୍ମକର୍ତ୍ତା ମାନେ ଯୋଗ ଦେଇ ସ୍ୱର୍ଗତ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ । ବିଜେପିର ପୂର୍ବତନ ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଶୋକସଭାରେ ବହୁ ବିଜେପି ନେତା ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଗୁରୁ ଙ୍କ ପରିବାର ବିଜେପି ପ୍ରତି ସମର୍ପିତ ଥିଲେ । ସ୍ୱର୍ଗତ ଗୁରୁ ଙ୍କ ଅଜା ସ୍ୱର୍ଗତ ମୁରଳି ଗୁରୁ ମଧ୍ୟ ଏକଦା ବିଜେପି ସହ ଥିବା ବେଳେ ପିତା ମଧ୍ୟ ବିଜେପିର ସାଧାରଣ ସଂପାଦକ ଦାୟିତ୍ୱରେ ରହିଥିଲେ ।