-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
22-Aug-2022
ସୁବର୍ଣ୍ଣପୁର / ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଆଞ୍ଚଳିକ ପରିବହନ ପ୍ରାଧିକରଣ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଗୁଡ଼ ସାମରିଟନ ପଲିସି ଅଧୀନରେ ଜିଲ୍ଲାର ୫ ଜଣ ଶ୍ରୀ ସାବନ କୁମାର ନାୟକ, ବୁଢାରଜା ଛକ ସୋନପୁର, ରାଜକୁମାର ମେହେର ଓ ଜୟ ଶଙ୍କର ମେହେର,ନୂଆପଡା ଭଗବତି ପ୍ଲଟ,ସୋମେଶ୍ୱର କବାଟ, ମଝିପଡା,ଭୀମ ମୁନା ଜନମୁରା, ସୋନପୁର ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କା ଲେଖାଏଁ ଓ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି l ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏହି ସମର୍ଦ୍ଧନା କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୂର୍ଯ୍ୟ ନାରାୟଣ ଦାଶ,ଆଞ୍ଚଳିକ ପରିବହନ ଅଧିକାରୀ ସୁବର୍ଣ୍ଣପୁର ରବିନ୍ ପଟ୍ଟନାୟକ,ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବାଶିଷ ସାହୁ ଏବଂ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।