-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
22-Aug-2022
ନବରଙ୍ଗପୁର (ଡାବୁଗାଁ ବ୍ଲକ ଅନ୍ତର୍ଗତ ଜୁନାପାଣି ପଞ୍ଚାୟତ ର ଗିରଲା ଗାଁ ରେ ମହିମା ସଂପ୍ରଦାୟ ପକ୍ଷରୁ ବିଶ୍ଵଶାନ୍ତି ମହାଯଜ୍ଞ ଓ ଧର୍ମ ସଭା ର ଆୟୋଜନ କରାଯାଇଥିଲା। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ସଭ୍ୟ ବ୍ରହ୍ମ ଅବଧୂତ ଅନାଦି ବାବା ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର
ଯୋଗଦାନ କରି ଧର୍ମ ରକ୍ଷା ପାଇଁ ମହିମା ସଂପ୍ରଦାୟ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟାୟ ଧର୍ମାନ୍ତରୀକରଣ ବିରୁଦ୍ଧରେ ସାଧୁସନ୍ଥ ଆହୁରି ଅଧିକ ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ସେ ସନ୍ଥ ସମାଜକୁ ନିବେଦନ କରିଥିଲେ। ଦାମ ଗୁରୁ ସଭାକୁ ପରିଚାଳନା କରିଥିଲେ। ଜୁନାପାଣି, ବୋରିଗାଁ ଓ ଜବାଗୁଡା ପଞ୍ଚାୟତ ର ଭକ୍ତ ମାନେ ଗତ କାଲିରୁ ହିଁ ଯଜ୍ଞ ସ୍ଥଳରେ ପହଞ୍ଚି ଥିଲେ।
(ରିପୋର୍ଟ- ମିହିର ଶଙ୍କର ପାତ୍ର,ନବରଙ୍ଗପୁର)