-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
22-Aug-2022
ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧୀଶ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗୀର ସମେତ ଜିଲ୍ଲାର ୧୮ ଗୋଟି ଜିଲ୍ଲା ଆଇନ ସାକ୍ଷରତା ସଂଘର ସଦସ୍ୟ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଆଇନ ସାକ୍ଷରତା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ, ଅଭିନୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସିଭିଲ ଜଜ୍(ସିନିୟର ଡିଭିଜନ) ସସ୍ମିତା ନନ୍ଦିନୀ ତ୍ରିପାଠୀ, ସିଭିଲ ଜଜ୍(ବରିଷ୍ଠ) ଜନ୍ମଜେୟ ପଲେଇ, ସିଭିଲ ଜଜ୍(କନିଷ୍ଠ) ଶ୍ରୀମତୀ ସସ୍ମିତା ସେଠୀ, ଏସ୍ଡିଜେଏମ୍ ମନୋଜ କୁମାର ମହାନ୍ତି, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ପ୍ରଧ୍ୟାପକ ପ୍ରମୋଦ ଚନ୍ଦ୍ର ଦୋରା, କଳାଧାମ୍ ଆର୍ଟ ଇନ୍ଷ୍ଟିଚ୍ୟୁଟର ଅଧ୍ୟକ୍ଷ ଦିଲୀପ କୁମାର ସିଂଦେଓ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କ ନାମ ଘୋଷଣା କରିଥିଲେ । ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିନୟ କୁାମର ପାତ୍ର ଙ୍କ ପରିଚାଳନାରେ ଏହି ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ଜିଲ୍ଲା ଜଜ୍ ଶ୍ରୀ ଜେନା ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରରୀ ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିବା ସହ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।