-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
15-Aug-2022
ବଲାଙ୍ଗିର, ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ଉତ୍ସାହ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥି ମର୍ଯ୍ୟାଦାରେ ପରିଷଦ ର ପ୍ରତିଷ୍ଠାତା ସଭ୍ୟ ଉଦିତ ଚନ୍ଦ୍ର ପଣ୍ଡା, କୁନୁ ପଣ୍ଡା, ମୋହନ ରଂଜନ ପାଣ୍ଡିଆ, ଏଡ଼ଭୋକେଟ ଓଁକାର ନାୟକ, ଆବାହକ ବୀରେନ୍ଦ୍ର ବନଛୋର, ସୟଦ୍ ଅଫତାବ ହୁସେନ, ପ୍ରଦୀପ ଭୋଇ ପ୍ରମୁଖ ମିଳିତ ଭାବେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜାତୀୟ ପତାକା ଉତ୍ତୋଳନ କରି ସାମୁହିକ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ପରିଷଦର ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ପ୍ରେରଣା ର ସଂପାଦକ ରଘୁ ନନ୍ଦନ ସିଂହ, ବରିଷ୍ଠ ସଭ୍ୟ ସଂଜୟ ଭୋଇ, ପଦ୍ମଚରଣ ଆଚାର୍ଯ୍ୟ, କୁନୁ ନାୟକ, ପ୍ରଦୋଷ ପତି, ନାରାୟଣ ଆଚାର୍ଯ୍ୟ, ରୁନୁ ହୋତା, ପ୍ରଦୀପ୍ତ ପତି, ଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱାଧୀନତା ଦିବସର ସ୍ମୃତିଚାରଣ ସହିତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଭକ୍ତି ଅର୍ଘ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଜନସାଧାରଣ ଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ମହୋତ୍ସବ ରେ ବଲାଙ୍ଗୀର ସହରର ବହୁ ମାଣ୍ୟଗଣ୍ୟ ବ୍ୟକ୍ତିବିଶେଷ, ସାମ୍ବାଦିକ ଓ ସାମାଜିକ କର୍ମୀ ଅଂଶଗ୍ରହଣ କରିଥିଲେ ।