-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
15-Aug-2022
ବରଗଡ:(ନିରଞ୍ଜନ ତ୍ରିପାଠୀ) ପ୍ରବଳ ବର୍ଷା ର ପ୍ରକୋପ ସତ୍ତ୍ୱେ ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ୭୬ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।ଏ ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମେଡିକାଲ ଅଫିସର ଡାକ୍ତର ସୁଶାନ୍ତ ମେହେର ଙ୍କ କରକମଳରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ସମବେତ ସ୍ୱର ରେ ଜାତୀୟ ସଂଗୀତ ଗାନ ସହ ବନ୍ଦେ ମାତରଂ, ଭାରତ ମାତା କି ଜୟ, ମହାତ୍ମାଗାନ୍ଧୀ କି ଜୟ, ସୁବାଷ ବୋଷ କି ଜୟ ଇତ୍ୟାଦି ନାରା ରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଯାଇଥିଲା। ଏପରିପ୍ରେକ୍ଷୀରେ ଡାକ୍ତର ମେହେର ଭାରତ ବର୍ଷ ପରାଧିନ ଥିବା ସମୟରେ ମହାମନିଷୀ ମାନଙ୍କ ତ୍ୟାଗ ଅବିସ୍ମରଣୀୟ ଅଟେ । ସ୍ୱାଧୀନତା ପାଇଁ ସେମାନଙ୍କୁ କେତେଯେ, କଷ୍ଟ ସହିବାକୁ ପଡ଼ିଛି, ଇତିହାସ ତାର ମୁକସାକ୍ଷୀ ଅଟେ।ଆଜିକାର ପବିତ୍ର ଦିବସ ରେ ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ନିଜନିଜ କର୍ତ୍ତବ୍ୟ ରେ ଜଡିତ ହେବାକୁ ମତବ୍ୟକ୍ତ କରିଥିଲେ । ପତାକା ଉତ୍ତୋଳନ ପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।