-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
14-Aug-2022
Kବରଗଡ/ବିଜେପୁର:-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅଧିନସ୍ଥ ଜାରିଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସ୍ଥିତ ସଭାଗୃହ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ନେଇ ତୃଣମୂଳ ସ୍ତରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ନାବାର୍ଡ ବରଗଡ ଜିଲ୍ଲା ବିକାଶ ପ୍ରବନ୍ଧକ ଶ୍ରୀମାନ ହଟକିଶୋର
ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ନାବାର୍ଡ ପକ୍ଷରୁ ଚାଲିଥିବା ଇ- ଶକ୍ତି ପ୍ରକଳ୍ପ ବିଷୟ ରେ ବିଶଦ ଭାବେ ଆଲୋକପାତ କରିଥିଲେ। ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ କିଭଳି ଭାବରେ ଋଣ ପାଇପାରୁଛନ୍ତି ଓ ସଠିକ ଭାବେ ଋଣ ପରିଶୋଧ କରି ସୁଧଛାଡ ର ସୁବିଧା ପାଇପାରିବେ ତା ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ବିଜେପୁର ବ୍ଳକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସ୍ୱର୍ଣ୍ଣ ମଞ୍ଜରୀ ସାମଲ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ କାର୍ଯ୍ୟଶୈଳୀ ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଅବଗତ କରାଇ ଉପସ୍ଥିତ ମାଁ ମାନଙ୍କୁ ଉତ୍ସାହିତ କରିଥିଲେ।ମିଶନ ଶକ୍ତି ପ୍ରକଳ୍ପ ସଂଯୋଜିକା ରେଣୁକା ସାହୁ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କର ନଥିପତ୍ର ଲିଖନ ଓ ସଭାକାର୍ଯ୍ୟ ପରିଚାଳନା ଉପରେ ତାଲିମ ପ୍ରଦାନ କରିଥିଲେ। ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଜାରିଙ୍ଗ ର ଶାଖା ପ୍ରବନ୍ଧକ ଶ୍ରୀମାନ ଅଭିଜିତ ପ୍ରସାଦ ରଣା ଋଣ ପରିଶୋଧ ର ସଠିକ ଧାରା ସମ୍ପର୍କରେ ଅବଗତ କରିଥିଲେ। ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ଋଣ ଖିଲାପୀ ନ ହୋଇ ଋଣ ର ସଠିକ ବିନିଯୋଗ ଉପରେ ଆଲୋକପାତ କରିଥିଲେ।ଜାରିଙ୍ଗ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପ୍ରଭାସିନୀ ବିଭାର ନିଜେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ରୁ ଆସି ଆଜି ଜଣେ ଜନପ୍ରତିନିଧି ହୋଇ ପାରିଥିବାର ଉଦାହରଣ ଦେବା ସହ ଆଗାମୀ କାର୍ଯ୍ୟକାଳ ରେ ସେ ଜାରିଙ୍ଗ ପଞ୍ଚାୟତ ର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଯଥା ସମ୍ଭବ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଦେବଦତ୍ତ କ୍ଳବ ର ସମ୍ପାଦକ ଶ୍ରୀମାନ କାହ୍ନୁଚରଣ ମାଝୀ ଆନୁଷ୍ଠାନିକ ଭାବେ ନାବାର୍ଡ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମିଳୁଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ ବିଷୟରେ ଅବଗତ କରିଥିଲେ। ଶେଷରେ ଦେବଦତ୍ତ କ୍ଳବ ତରଫରୁ ଇ-ଶକ୍ତି ପ୍ରକଳ୍ପ ର ସଂଯୋଜକ ଶ୍ରୀମାନ ଆକାଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।