-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
13-Aug-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ଆଜାଦି କି ଅମୃତ ମହୋତ୍ସବ ଅବସର ରେ ଆଜି ସ୍ୱଚ୍ଛ ଭାରତ ସଂଗଠନ, ତ୍ରିରଙ୍ଗା ଯାତ୍ରା କମିଟି ଓ SBI ଗ୍ରାମୀଣ ଆତ୍ମ ନିଯୁକ୍ତି ସିଲେଇ ତାଲିମ୍ କେନ୍ଦ୍ର ର ସମସ୍ତ ବିଦ୍ୟାର୍ଥୀ ଙ୍କ ମିଳିତ ସହଯୋଗ ରେ ସକାଳ ୮ ଘଣ୍ଟା ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସୋନପୁର
କଲେଜ ର ଏନ ସି ସି ର ଲେଫ୍ଟଟେନେଣ୍ଟ ଶ୍ରୀ ଆଶିଷ କୁମାର ଆଗ୍ରୱାଲା ଯୋଗ ଦେଇ ଯେଉଁ ପୂର୍ବ ପୁରୁଷ ବା ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ଆମ ଦେଶ ପାଇଁ ଜୀବନ ଦେଇଛନ୍ତି, ସର୍ବସ୍ବ ହରାଇଛନ୍ତି ଆଜି ଆମେ ତାଙ୍କୁ ଟିକିଏ ସ୍ମରଣ କରିବା ପାଇଁ ଓ ସେଇ ଦେଶ ର ସୁରକ୍ଷା ସଂବୃଦ୍ଧି ଲାଗି ଆମେ କଣ କିଛି କିଛି ସମୟ ଦେଇପାରିବା ନି ସଂକଳ୍ପ ନେଇ ପାରିବନି ? ତ ଆଉ କଣ ଦେଇ ପରିବା ବୋଲି ଉପସ୍ଥିତ ଦେଶ ପ୍ରେମୀ ଙ୍କୁ ଏକଜୁଟ ହେବାକୁ ପ୍ରେରଣା ଦେଇଥିଲେ l ଗ୍ରାମୀଣ ଆତ୍ମ ନିଯୁକ୍ତି କେନ୍ଦ୍ର ର ନିର୍ଦ୍ଧେଶକ ଅଜିନା ଟୁଡୁ, ଓ ପ୍ରଶିକ୍ଷିକା ସଂଯୁକ୍ତା ରାଣୀ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ମହୋତ୍ସବ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ମତବ୍ୟକ୍ତ କରିଥିବା ବେଳେ ତ୍ରିରଙ୍ଗା ଯାତ୍ରା କମିଟି କୋଡିନେଟର ରଶ୍ମି ରଞ୍ଜନ ଦାଶ , ସ୍ୱଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ, ଓ ରକ୍ତ ଦାତା ସଂଘ ଉଦ୍ୟୋକ୍ତl ମନୋଜ ପଣ୍ଡା ଏ କାର୍ଯ୍ୟକ୍ରମ କୁ ସଂଯୋଜନା କରି ଏ ଜାତି, ସମାଜ ଓ ଦେଶ ଉପରେ ରହିଥିବା ପ୍ରତ୍ୟେକ ଭାରତୀୟ ନାଗରିକ ଙ୍କ ଦାୟିତ୍ୱ କର୍ତ୍ତବ୍ୟର ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସ୍ଵଚ୍ଛ ଭାରତ ସଂଗଠନ ର ବରିଷ୍ଠ ସଭ୍ୟ ପ୍ରମୋଦ ସାହୁ, ତରଣୀ ମେହେର, ସିମାଞ୍ଚଳ ହୋତା, ନାରାୟଣ ରଥ, କାନ୍ହୁ ଚରଣ ସାହୁ ସଭାରେ ଉପସ୍ଥିତ ରହି ମହିଳା ବିଦ୍ୟାର୍ଥୀ ଓ ଅନୁଷ୍ଠାନ ର ଅନ୍ୟ କର୍ମଚାରୀ ଙ୍କୁ ଉତ୍ସାହିତ କରିଥିଲେ l ଛାତ୍ରୀ ସୁଷମା ଖୁରା ଓ ରିଙ୍କି ବେହେରା
କାର୍ଯ୍ୟକ୍ରମ ର ଆରମ୍ଭ ଓ ଶେଷ ରେ ଦେଶାତ୍ମବୋଧକ ସଂଗୀତ ଗାନ କରି ଉପସ୍ଥିତ ସମସ୍ତ ଦେଶ ପ୍ରେମୀ ଙ୍କ ଉତ୍ସାହ ବଢ଼ାଇଥିଲେ l ଟ୍ରେନର ସଂଯୁକ୍ତା ଦିଦି ସ୍ୱାଗତ ଭାଷଣ, ମନୋରଞ୍ଜନ ତ୍ରିପାଠୀ ସଭା ସଂଯୋଜନା କରିଥିବା ବେଳେ ଶେଷ ରେ ମନୋଜ ପଣ୍ଡାଙ୍କ ସହିତ ସମସ୍ତେ ସାମୁହିକ ଭାବେ ମେରୀ ଜାନ ତ୍ରିରଙ୍ଗା ହେ ସଂଗୀତ ଗାନ କରିଥିଲେ । SBI ଗ୍ରାମୀଣ ଆତ୍ମ ନିଯୁକ୍ତି କେନ୍ଦ୍ରର କର୍ମଚାରୀ ସତ୍ୟ ବ୍ରତ ଦାସ, ସତ୍ୟଜିତ ନାଏକ, ପଦ୍ମ ଲୋଚନ ସାହୁ, ଅସିତ୍ କୁମାର ପାଣିଗ୍ରାହୀ, ମାଧବ ଆଡଜୁଆଡି, ରଥି କୁମର ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମରେ ସହଯୋଗ କରିଥିଲେ l
,